ବିଚାରଧୀନ କଏଦୀ ଚମ୍ପଟ ଘଟଣାରେ କଏଦୀକୁ ଧରିବାରେ ଅସଫଳ ପୋଲିସ୍ : ଭିଜୁଆଲ ସିସିଟିଭିରେ କଏଦ
16/12/2019 at 12:24 PM

ଢେଙ୍କାନାଳ ୧୬/୧୨: ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ ଘଟଣାରେ ପୋଲିସର ଛାନ୍ ଭିନ । ୨ ଦିନ ପରେ ବି ପୋଲିସ ଚମ୍ପଟ ମାରିଥିବା କଏଦୀଙ୍କୁ ଧରିବାରେ ସଫଳ ହୋଇନି । ତେବେ କଏଦୀ ଜଣଙ୍କ କିପରି ଜେଲ୍ ରୁ ଚମ୍ପଟ ମାରିଛି ତାର ଭିଜୁଆଲ ଏବେ ସିସିଟିଭିରେ କଏଦ ହୋଇଛି ।

ଅଭିଯୁକ୍ତ ଶିବ ମୁଣ୍ଡା ଗତ ୧୩ତାରିଖ ସଂନ୍ଧ୍ୟାରେ ଜେଲ ପଛ ପାଖ ପାଚେରୀରେ ଲୁଙ୍ଗି ବାନ୍ଧି ପଳାଇବାରେ ସକ୍ଷମ ହୋଇଛି । ଜଣେ ୧୩ବର୍ଷର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ସେ ଗତ ମାସ ୨୨ ତାରିଖରେ ଗିରଫ ହୋଇଥିଲା ।

ତାର ମାମଲା ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ବିଚାର ଚାଲିଛି। ଢେଙ୍କାନାଳ ଜେଲ ପକ୍ଷରୁ ଅଭିଯୋଗ ଆଧାରରେ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଏହି ଘଟଣାରେ ଫେରାର କଏଦୀ ଶିବର ଗାଁ ସମେତ ବିଭିନ୍ନ ଜାଗାରେ ଛାନଭିନ୍ ଚଳାଇଛି । ତେବେ ଜେଲର ପଛ ପଟ କାନ୍ଥ ଡେଇଁ ପଳାଇ ଥିବା ସିସିଟିଭି ଫୁଟେଜ୍ରୁ ସ୍ପଷ୍ଟ ହୋଇଛି। ଜେଲ ପଛ ପାଖରେ ଥିବା ଜୈନେକ ବ୍ୟକ୍ତିଙ୍କ ସିସିଟିଭିରେ ଶିବ ପଳାଉଥିବାର ଏହି ଲାଇଭ ଦୃର୍ଶ୍ୟରୁ ଜଣାପଡିଛି।