CUCET ହେବ ନା ନାହିଁ ? ଅଗଷ୍ଟ ୨ରୁ DUରେ ଆରମ୍ଭ ହେବ ଅଣ୍ଡର ଗ୍ରାଜୁଏଟ୍‌ ନାମଲେଖା ପ୍ରକ୍ରିୟା

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଳୀ ୧୬/୭: ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଗ୍ରାଜୁଏସନ୍‌ ପାଠ୍ୟକ୍ରମ ପାଇଁ ପଞ୍ଜିକରଣ ୨ ଅଗଷ୍ଟରୁ ଆରମ୍ଭ ହେବ। ଏହା ସହ ୨୬ ଜୁଲାଇରୁ ସ୍ନାତକୋତ୍ତର (ମାଷ୍ଟର୍ସ) ଏବଂ ଡକ୍ଟରେଟ୍‌ କର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ପଞ୍ଜିକରଣ କରିବାକୁ ଅନୁମତି ମିଳିପାରେ। ସେପଟେ ଯଦି ସରକାର ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ପାଇଁ ସିୟୁସିଇଟି(ସେଣ୍ଟ୍ରାଲ୍‌ ୟୁନିଭର୍ସିଟି କମନ୍‌ ଏଣ୍ଟ୍ରାସ୍‌ ଟେଷ୍ଟ) କରାଇବାକୁ ଅନୁମତି ଦିଅନ୍ତି ତେବେ ତାରିଖ ବଦଳିଯାଇପାରେ ବୋଲି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ବିକାଶ ଗୁପ୍ତା କହିଛନ୍ତି।

ଯଦି ସରକାର ସିୟୁସିଇଟି ଆୟୋଜନ କରିବାକୁ ଯୋଜନା କରିବେ ତେବେ ଆମେ ନିର୍ଦେଶ ପାଳନ କରିବୁ ବୋଲି ସେ କହିଛନ୍ତି। ବିଶ୍ବବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ସିୟୁସିଇଟି ଆୟୋଜିତ ହେବାର ସମ୍ଭାବନା ନାହିଁ।

ଏହା ସହ ବିକାଶ ଗୁପ୍ତା କହିଛନ୍ତି, ମେରିଟ୍‌ ଉପରେ ଆଧାରିତ ଅନଲାଇନ୍‌ ଆଡମିସନ୍‌ ପାଇଁ ପଞ୍ଜିକରଣ କରିବାକୁ ତାରିଖ ଘୋଷଣା କରାଯାଇଛି । ଯଦିଓ ସିୟୁସିଇଟି ଉପରେ ଅନେକ ଚର୍ଚ୍ଚା ହୋଇଛି କିନ୍ତୁ ଶିକ୍ଷା ମନ୍ତ୍ରାଳୟ ଏବେ ସୁଦ୍ଧା ପରୀକ୍ଷାକୁ ନେଇ କୌଣସି ଅନ୍ତିମ ନିର୍ଣ୍ଣୟ ନେଇ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.