Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ : ଅଜଣା ଗାଡି ଧକ୍କାରେ ଅଟୋ ଚାଳକ ମୃତ, ଅଲଗା ହୋଇଗଲା ମୁଣ୍ଡ-ଗଣ୍ଡି
  • ||
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ବନ୍ଦଘରେ ନାବାଳିକାକୁ ୫ଜଣ ୫ଦିନ ରଖି କଲେ ଦୁଷ୍କର୍ମ, କାହାକୁ କହିଲେ ଏସିଡ଼ ଢ଼ାଳି ଜାଳିଦେବାକୁ ଦେଲେ ଧମକ

22/12/2018 at 10:33 PM

ଲକ୍ଷ୍ନୌ ୨୨/୧୨- ମଣିଷ ନିଜରର ଯୌନ ଲାଳସା ଚରିତାର୍ଥ କରିବାକୁ ବୁଝେନି କିଛି । ନିତିଦିନିଆ  ଘଟଣା ପାଲଟିଯାଇଛି ନାବାଳିକା ଦୁଷ୍କର୍ମ । ସେଭଳି ଘଟଣାଟିଏ  ଘଟିଛି ଲକ୍ଷ୍ନୌର ମହିହାବାଦ ଅଂଚଳରେ ।

ଜଣେ ନାବାଲିକା ଘରଠାରୁ କିଛି ଦୂରରେ ଥିବା ତେଜରାତି ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲା । ଜିନିଷ କିଣି ଫେରିବା ବେଳକୁ ସେଇ ଗାଁର ଜଣେ ଯୁବକ କାର ଭିତରକୁ ତାକୁ ଜବରଦସ୍ତଭାବେ ଘୋଷାଡ଼ି ନେଇଯାଇଥିଲା । ସେହି କାର ଭିତରେ ଆହୁରି ୩/୪ ଜଣ ଯୁବକ ମଧ୍ୟ ବସିଥିଲେ । ନାବାଳିକାକୁ ସେମାନେ ଜଙ୍ଗଲିଆ ରାସ୍ତାଦେଇ ନିଛାଟିଆ ଜାଗାରେ ଗୋଟେ ଘରେ ନେଇ ରଖିଥିଲେ । ତା ପରେ ସେମାନେ ଜଣେ ପରେ ଜଣେ ୫ଜଣ ଦୁଷ୍କର୍ମ କରିଥିଲେ । ସେତିକିରେ ବି ସେମାନଙ୍କ ମନ ମେଣ୍ଟିଲା ନାହିଁ । ସେମାନେ ୫ ଦିନ ବନ୍ଦଘରେ ରଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ ।

ସେହି ଯୁବକମାନେ ନିଜ ଗାଁର ହୋଇଥିବା କଥା ପୀଡ଼ିତା ଜଣକ କହିଛନ୍ତି । ସେମାନେ ଆଗରୁ ନାବାଳିକାକୁ ଖରାପ ଦୃଷ୍ଟିରେ ଦେଖୁଥିଲେ ଓ ନିରୋଲା ଜାଗାରେ ଦେଖିଲେ କମେଣ୍ଟ ବି ମାରୁଥିବା କଥା ନାବାଲିକା ଜଣାକ ପ୍ରକାଶ କରିଛନ୍ତି ।

୫ ଜଣ ଯୁବକ ୫ଦିନ ନାବାଳିକାକୁ ଦୁଷ୍କର୍ମ କଲାପରେ କୌଶଳକ୍ରମେ ଖସିଆସିଥିବା କହିଛି । ପୋଲିସ ସେହି ୫ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ହେଲେ ନାବାଳିକା ଓ ତାର ପରିବାକୁ ମିଲିଛି ଧମକ । ଯଦି ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ପୋଲିସ ,ଏସିଡ଼ି ପକାଇ ଜାଳିଦେବାକୁ ଧମକ ମଧ୍ୟ ଦେଇଛନ୍ତି ବୋଲି ପୀଡ଼ିତା ପୋଲିସ ଆଗରେ ମୁହଁ ଖୋଲିଛି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦିନେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ସହଯୋଗୀ ୪ଜଣଙ୍କୁ ଧରିବାକୁ ବିଭିନ୍ନ ଆଡ଼େ ଚଢ଼ାଉ ଜାରି ରଖିଛି ।

   Related Posts