Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ବାହାହେବ ବୋଲି କହି ସପ୍ତମ ଶ୍ରେଣୀ ଛାତ୍ରୀକୁ ଘରୁ ଉଠାଇନେଲା ଯୁବକ, ହେଲେ ଏବେ ଜେଲରେ କାଟୁଛି ସଜ୍ଜା

21/12/2018 at 8:03 PM

ସମରାଳା ୨୧/୧୨ः ବିବାହ କରିବାକୁ ପ୍ରଲୋଭନ ଦେଖାଇ ଘରୁ ନାବାଳିକାକୁ ଉଠାଇନେଲା ଯୁବକ । ହେଲେ ନା ସେ ବିବାହ କରପାରିଲା ନା ସଂସାର ବାନ୍ଧି ପାରିଲା ନାବାଳିକା ସହ । ବିବାହ କରିବା ପୂର୍ବରୁ ଧରିନେଇଗଲା ପୋଲିସ । ଏବେ ଜେଲ ହାଜତ ଭିତରେ ସ୍ଵପ୍ନରେ ଯୁବକଙ୍କ ବିବାହ ସହ ଚଉଠି ସରିଯାଇଛି। ଖାଲି ଦଣ୍ଡ ଭୋଗିବାକୁ ବାକି ରହିଲା ।

ଆସନ୍ତୁ ଜାଣିବା କଣଥିଲା ପୁରା ଘଟଣା ।  ସକିଲ ମହମ୍ମଦ ପରିବାର ସହ ଲୁଧିଆନାର  ସମରାଳାରେ ରହେ । ସେହି ପାଖ କାରଖାନରେ ସକିଲ କାମକରୁଥିଲା । ସକିଲଙ୍କର ଝିଅ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲା । ସେହି କଲୋନୀରେ ରହୁଥିବା ଯୁବକ ସୋନୁ ସକିଲ କାମକରୁଥିବା କାରଖାନାରେ ମଧ୍ୟ କାମକରୁଥିଲା । ସୋନୁ ନାବାଳିକାକୁ ଲୁଛାଛପା ଭଲପାଉଥିଲା । ଦିନେ ବିବାହ କରିବ ବୋଲି କହି ନାବାଳିକାକୁ ଫସେଇ ନେଇଯିବା କଥା ସକିଲ ଥାନାରେ ଅଭିଯୋଗ କରିଛନ୍ତି ।

ଥାନାରେ ମାମଲା ରୁଜୁ ପରେ ପୋଲିସ ସ୍ଵତନ୍ତ୍ର ଟିମ ଗଠନ କରି  ଉଭୟ ଯୁବକ ଓ ନାବାଳିକାକୁ ଉଦ୍ଧାର କରିଛି । ଯୁବକ  ନାବାଳିକାକୁ ବିବାହ ପାଇଁ ପ୍ରସ୍ତୁତି ଚଳେଇଥିବା ବେଳେ ପୋଲିସ ସେମାନଙ୍କୁ ଚଣ୍ଡିଗଡ଼ରୁ ଉଦ୍ଧାର କରିଛି ।

ନାବାଳିକାକୁ ଡ଼ାକ୍ତରୀମାଇନା କରି ଛାଡ଼ିଦିଆଯାଇଥିବା ବେଳେ ଯୁବକକୁ ପୋଲିସ ଗିରଫ କରି ଜେଲକୁ ପଠାଇଦେଇଛି । ଏବେ ଯୁବକ ଜେଲର ଚାରି କାନ୍ଥ ମଧ୍ୟରେ ନିଜ କୃତକର୍ମର ପ୍ରାତଶ୍ଚିତ କରୁଛନ୍ତି ।

   Related Posts