Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ପାଣିରେ ବୁଡିଯାଇଥିବା ମହାଭାରତ କାଳର ଦ୍ବାରିକା ନଗରୀ ସମ୍ପର୍କରେ ଜାଣନ୍ତୁ ଏହି ୧୨ଟି ରହସ୍ୟ

26/07/2019 at 6:08 PM

ଗୁଜରାଟର ପଶ୍ଚିମରେ  ସମୁଦ୍ର ଭିତରେ ବୁଡି ରହିଛି ୪ ଧାମ ମଧ୍ୟରୁ ଗୋଟେ ଧାମ ଓ ୭ ଟି ପବିତ୍ର ପୁରୀ ମଧ୍ୟରୁ ଗୋଟେ ପୁରୀ- ଦ୍ବାରିକାନଗରୀ। ମହାଭାରତ କାଳରେ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ରାଜଧାନୀ ଥିଲା । ସେଥିପାଇଁ ଶ୍ରୀକୃଷ୍ଣଙ୍କୁ ଦ୍ବାରକାଧୀଶ ବୋଲି ମଧ୍ୟ କୁହାଯାଏ ।  ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଆରଧାନା ହୁଏ। ତେବେ ଏହି ସ୍ଥାନ ସମ୍ପର୍କରେ କିଛି ବିଷେଶ ତଥ୍ୟ ଜାଣନ୍ତୁ।

୧- ପୌରାଣିକ କଥା ଅନୁସାରେ ମହାରାଜ ରୈବତକ ସମୁଦ୍ର ତଟରେ କୁଶ ବିଛାଇ ଯଜ୍ଞ କରୁଥିବାରୁ ଏହି ନଗରର ନାଁ ପ୍ରଥମେ କୁଶସ୍ଥଳୀ ଥିଲା।  

୨- ହରିବଂଶ ପୁରାଣ ଅନୁସାରେ ଶ୍ରୀକୃଷ୍ଣଙ୍କ ଆଦେଶରେ ମୟାସୁର ଓ ବିଶ୍ବାମିତ୍ର ଏଠାରେ ଏକ ଭବ୍ୟ ନଗରର ନିର୍ମାଣ କରିଥିଲେ। ଏହି ନଗରର ନାଁ ଦ୍ବାରିକା ରଖାଗଲା।

୩- ଅନେକ ଦ୍ବାରର ସହର ହୋଇଥିବାରୁ  ଏହାକୁ ଦ୍ବାରିକା ବୋଲି  ନାଁ ଦିଆଯାଇଥିଲା।ଦ୍ବାରୀକା ବ୍ୟତୀତ ଏହି ନଗରୀର ଅନ୍ୟ ନାମ ମଧ୍ୟ ରହିଥିଲା ।   ତାହା ହେଉଛି ଦ୍ବାରାବତୀ, କୁଶସ୍ଥଳୀ, ଆନର୍ତକ, ଓଖା ମଣ୍ଡଳ, ଗୋମତି ଦ୍ବାରକା, ଚକ୍ରତୀର୍ଥ, ଅନ୍ତର୍ଦ୍ବୀପ, ବାରିଦୁର୍ଗ।  

୪- ଏହି ନଗରରେ ଏକ ବିଶାଳ ସଭା ମଣ୍ଡପ ଥିଲା। ସହରରେ ସୁନା, ରତ୍ନ ଅଲଙ୍କାର ସହ ୭,୦୦,୦୦୦ କୋଠା ଥିଲା ବୋଲି କୁହାଯାଏ। ଏହା ବ୍ୟତୀତ ଏଠାରେ ସୁରମ୍ୟ ପୁଷ୍କରଣୀ , ଝରଣା ଓ ଘଞ୍ଚ ଜଂଗଲ ମଧ୍ୟ ଥିଲା।  

୫- ଏହି ନଗରର ସୌନ୍ଦର୍ଯ୍ୟ ଅତୁଳନୀୟ।

୬- କୃଷ୍ଣ ନିଜ ୧୮ ଜଣ ସାଥୀ ଓ ପରିଜନଙ୍କ ସହ ଦ୍ବାରିକା ଆସିଥିଲେ। ଏଠାରେ ସେ ୩୬ ବର୍ଷ ଯାଏଁ ରହିଥିଲେ। ତାଙ୍କ ଦେହାନ୍ତ ପରେ ଦ୍ବାରିକା ନଗରୀ ସମୁଦ୍ରରେ ବୁଡି ଯାଇଥିଲା ଓ ଯାଦବ ବଂଶ ଧ୍ବଂସ ହୋଇଯାଇଥିଲା।   

୭- ଧୃତରାଷ୍ଟ୍ରଙ୍କ ପତ୍ନୀ ଗାନ୍ଧାରୀ ଓ ଋଷି ଦୁର୍ବସା ଯଦୁବଂଶ ନଷ୍ଟ ହେବା ପାଇଁ ଅଭିଷାପ ଦେଇଥିଲେ ବୋଲି କୁହାଯାଏ। ଯେଉଁଥିପାଇଁ ଦ୍ବାରିକା ନଷ୍ଚ ହୋଇଥିଲା।

୮- ଏହି ନଗର ଆରବ ସମୁଦ୍ରରେ ୬ ଥର ବୁଡି ସାରିଛି ଓ ବର୍ତ୍ତମାନ ଦ୍ବାରିକା ସପ୍ତମ ସହର ବା ନଗର ଯାହା ପୁରୁଣା ଦ୍ବାରକା ପାଖରେ ପୁନଃ ସ୍ଥାପିତ କରାଯାଇଛି।

୯- ବର୍ତ୍ତମାନର ଦ୍ବାରିକା ମନ୍ଦିର ଶୋଡଷ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ଏଠାରେ ପ୍ରଥମେ ଅନେକ ମନ୍ଦିର ଥିଲା। କିନ୍ତୁ ମୋଗଲ ଲୋକେ ସବୁ ମନ୍ଦିର ଭାଙ୍ଗିଦେଇଥିଲେ।

୧୦-   ଦ୍ବାରିକା ମନ୍ଦିର ଗର୍ଭଗୃହରେ ଚାନ୍ଦି ସିଂହାସନରେ ଭଗବାନ ଶ୍ରୀକୃଷ୍ଣଙ୍କ ଚତୁର୍ଭୁଜ ମୃର୍ତ୍ତି ରହିଛି।  ଏଠାରେ ତାଙ୍କୁ ରଣଛୋଡଜି ମଧ୍ୟ କୁହାଯାଏ।

୧୧- ବର୍ତ୍ତମାନ ଦ୍ବାରିକା ୨ ଭାଗ ବିଭକ୍ତ ହୋଇଛି। ଗୋମତୀ ଦ୍ବାରିକା ଓ ବେଟ ଦ୍ବାରିକା। ଗୋମତୀ ଦ୍ବାରିକା ଗୋଟେ ଧାମ ଓ ବେଟ ଦ୍ବାରିକା ଗୋଟେ ପୁରୀ।

୧୨- ସୂଚନାଯୋଗ୍ୟ ଯେ, ୧୯୬୩ ମସିହାରେ ପୁନେସ୍ଥିତ ଡେକାନ କଲେଜର ପ୍ରତ୍ନତାତ୍ତ୍ବିକ ବିଭାଗ ଓ ଗୁଜରାଟ ସରକାରଙ୍କ ମିଳିତ ଉଦ୍ୟମରେ ଦ୍ବାରିକା ନଗରୀର ପତ୍ନତାତ୍ତ୍ବିକ ଖନନ କାର୍ଯ୍ୟ କରାଯାଇଥିଲା ।  ଖନନ ବେଳେ ଏଠାରୁ ୩୦୦୦ ବର୍ଷ ପୁରୁଣା ବାସନ ମିଳିଥିଲା। ଏହା ପରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏବଂ ଏହାର ଅଣ୍ଡର ୱାଟର ଆର୍କ୍ୟୋଲୋଜିକାଲ ୱିଙ୍ଗକୁ ସମୁଦ୍ରରେ କିଛି ତମ୍ବାର ମୂଦ୍ରା ଓ ଗ୍ରାନାଇଟ୍ ମଧ୍ୟ ମିଳିଥିଲା।

   Related Posts