ଜେଲ୍ ଭିତରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
10/07/2019 at 12:37 PM

ନୀଳଗିରି ୧୦|୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଜେଲରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସୋମବାର ଦିନ ନୀଳଗିରି ଥାନା ଅଧିନ ସଜନାଗଡ଼ ତେଣ୍ଡା ନିକଟ ନୂଆସାହି ଗ୍ରାମର ହାଡିବନ୍ଧୁ ଖଣ୍ଡେଇଙ୍କ ପୁଅ ପାଗୁଲୁକୁ ନୀଳଗିରି ଅବକାରୀ ବିଭାଗ ତାଙ୍କ ପାଖରୁ ମଦ ଜବତ କରି କୋର୍ଟ ଚାଲାଣ କରିଥିଲେ। ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲକୁ ପଠାଇଦିଆଯାଇଥିଲା। ଆଜି ସକାଳୁ ତାଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ତାଙ୍କୁ ନୀଳଗିରି ହସ୍ପିଟାଲକୁ ଜେଲ୍ କର୍ମଚାରୀ ନୀଳଗିରି ଡାକ୍ତରଖାନାରେ କରିଥିଲେ ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ୍ୟର କାରଣ ଜଣାପଡିନଥିବା ବେଳେ ଜେଲ୍ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।