ବିଚାରଧୀନ କଏଦୀ ବ୍ରହ୍ମାର ଅଚାନକ ମୃତ୍ୟୁକୁ ନେଇ ତେଜିଲେ ଗ୍ରାମବାସୀ, କ୍ଷତିପୂରଣ ସହ ନିରପେକ୍ଷ ତଦନ୍ତ ଦାବି

Published By : Prameya-News7 Bureau | December 30, 2020 IST

ଢ଼େଙ୍କାନାଳ ୩୦/୧୨:  ଢେଙ୍କାନାଳ ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁକୁ ନେଇ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏପରିକି ମୃତ୍ୟୁର କାରଣକୁ ନେଇ ତଦନ୍ତ ଦାବି କରିବା ସହ ମୃତକ ପରିବାରକୁ କ୍ଷତିପୂରଣ ପାଇଁ ଅଡ଼ି ବସିଥିବା ସୂଚନା ମିଳିଛି ।

ଭିନ୍ନକ୍ଷମ ଦମ୍ପତିଙ୍କୁ ହତ୍ୟା ଅଭିଯୁକ୍ତ ବ୍ରହ୍ମା ଦେହୁରୀର ମୃତ୍ୟୁକୁ ନେଇ ସସପେନ୍ସ ଲାଗିରହିଛି।  ବ୍ରହ୍ମାର ମୃତ୍ୟୁ ପଛର ରହସ୍ୟ କଣ ସେନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ଚାଲୁଥିବା ଦେଖିବାକୁ ମିଳିଛି।  ଏ ସମ୍ପର୍କରେ କିନ୍ତୁ ଢେଙ୍କାନାଳ ଜେଲ କର୍ତ୍ତୃପକ୍ଷ ପାଟି ଖୋଲୁନାହାନ୍ତି । ମାତ୍ର ଏହି ପ୍ରଶ୍ନ ଉଠାଇ ମୃତକର ଗ୍ରାମବାସୀ ତେଜିଛନ୍ତି। ମୃତ୍ୟୁର କାରଣ ଖୋଜିବାକୁ ବ୍ରହ୍ମାର ମୃତଦେହ ରଖି ହରିପୁର ବାସୀ ୫୫ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ବ୍ରହ୍ମାନନ୍ଦ ଭଲ ଥିଲା ତାକୁ ଜେଲରେ ମାରିଦିଆଯାଇଛି । ଏପରି ଅଭିଯୋଗ ଉଠାଇଛନ୍ତି ମୃତକ ବ୍ରହ୍ମା ଦେହୁରୀର ଗ୍ରାମବାସୀ ।  ମୃତକ ପରିବାରକୁ ଆର୍ଥିକ କ୍ଷତିପୂରଣ ଓ ନିରପେକ୍ଷ ତଦନ୍ତ ଦାବିରେ ଗ୍ରାମବାସୀ ଓ ସମ୍ପର୍କୀୟ ଅଡ଼ି ବସିଥିବା ବେଳେ  ଢ଼େଙ୍କାନାଳ ଜେଲ୍‌ କର୍ତ୍ତୃପକ୍ଷ କିନ୍ତୁ ଏନେଇ ମୁହଁ ଖୋଲିବାକୁ ରାଜି ନଥିବା ଅଭିଯୋଗ ହୋଇଛି।

wp:gallery {"ids":[384871],"linkTo":"none"} /wp:gallery

ସୂଚନାଯୋଗ୍ୟ,  ହରିପୁର ଗ୍ରାମର ବ୍ରହ୍ମା ଦେହୁରୀ ଗତ ୨୦୧୩ ମସିହାରେ ଜମିବାଡ଼ି ବିବାଦରୁ ତାଙ୍କ ଗ୍ରାମର ଏକ ଭିନ୍ନକ୍ଷମ ଦମ୍ପତିଙ୍କୁ ହତ୍ୟା କରିଥିଲା । ତେଣୁ ଏହି ମାମଲାରେ ୨୦୧୩ ମସିହା ଅଗଷ୍ଟ ୧୦ ତାରିଖରୁ ଢେଙ୍କାନାଳ ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲା ବ୍ରହ୍ମା । ତେବେ ଗତକାଲି ଏହି ୪୮ବର୍ଷୀୟ ବ୍ରହ୍ମା ଦେହୁରୀ ଅଚାନକ ଅସୁସ୍ଥ ହେବାରୁ ତାକୁ ରାତିରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ମାତ୍ର ଆଜି ଭୋର ସମୟରେ ତାର ମୃତ୍ୟୁ ହୋଇଥିବା ଖବର ଆସିଥିଲା। ତେଣୁ ବ୍ରହ୍ମାର ଅଚାନକ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିବାରୁ ହରିପୁର ଗ୍ରାମବାସୀ ଏନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି।  

ବ୍ୟବଚ୍ଛେଦ ପରେ ବ୍ରହ୍ମାର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପରେ ପରେ ଗ୍ରାମବାସୀ ମୃତଦେହ ରଖି ୫୫ ନମ୍ବର ଜାତୀୟ ରାଜପଥ ଅଭରୋଧ କରିଥିଲେ। ଫଳରେ ଯାତାୟତ ଠପ ହୋଇଥିଲା। ଘଟଣାସ୍ଥଳରେ ଟାଉନ ପୋଲିସ ପହଂଚି ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.