ମୋଦୀ ସରକାରଙ୍କ ଏହି ଯୋଜନାରେ ବାର୍ଷିକ ମିଳିବ ୩୬୦୦୦ ଟଙ୍କା, କେବଳ ଆପଣଙ୍କ ପାଖରେ ଥିବା କଥା ଏହି କାଗଜପତ୍ର
22/04/2020 at 5:24 PM

ନୂଆଦିଲ୍ଲୀ ୨୨।୦୪: ସରକାରୀ ଯୋଜନାରେ ଲୋକଙ୍କ ଜୀବନରେ ସୁଧାର ଆସିଥାଏ। ଅନେକ ପ୍ରକାରର ସରକାରୀ ସ୍କିମ ରହିଛି। ଉଜ୍ଜ୍ଵଳା ଯୋଜନାରେ ଯେଉଁଠି ଗ୍ରାମାଞ୍ଚଳ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଓ ଚୁଲା ମିଳୁଛି ସେଠି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳୁଛି। ସେହି ପରି ପେନସନ ସ୍କିମରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଏ ପର୍ଯ୍ୟନ୍ତ ଦେଶର ୪୨,୭୪, ୯୯୨ ଲୋକ ନିଜର ନାମ ପଞ୍ଜିକରଣ କରାଇ ସାରିଛନ୍ତି, ଯାହାଙ୍କୁ ବାର୍ଷିକ ୩୬ ହଜାର ଟଙ୍କା ପେନସନ୍ ମିଳିବ। ଆପଣ ମଧ୍ୟ ଏହି ଯୋଜନାରେ ପଞ୍ଜିକରଣ କରାଇ ନିଜର ବାର୍ଦ୍ଧକ୍ୟ ଜୀବନକୁ ସୁରକ୍ଷିତ କରି ପାରିବେ। ଦେଶରେ ୪୨ କୋଟି ଶ୍ରମକାରୀଙ୍କ ଲାଗି ସମର୍ପିତ ଏହି ପେନସନ ସ୍କିମ ଆରମ୍ଭ ହେବାରେ ଏକ ବର୍ଷ ହୋଇ ସାରିଛି।
ଜାଣନ୍ତୁ କିଏ କିଏ ନେଇ ପାରିବେ ଏହ ସ୍କିମର ଲାଭ-
୧ – ଅଣ ସଂଗଠିତ କ୍ଷେତ୍ରର ଶ୍ରମିକ
୨ – ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ବୟସ ହୋଇଥିବା ଉଚିତ୍।
୩ – ପ୍ରତିମାସରେ ଆୟ ୧୫ ହଜାରରୁ ଅଧିକ ହୋଇ ନଥିବ।
ଇପିଏଫଓ ଇଣ୍ଡିଆ ଓ୍ଵେବ୍ସାଇଟ୍ରେ ଆପଣ ନିକଟତର କମନ ସର୍ଭିସ୍ ସେଣ୍ଟର(CSC)ର
ଠିକଣା ଜାଣି ପାରିବେ। ଏଥିରେ ଆପଣଙ୍କୁ ନିଜର ନାମ ପଞ୍ଜିକରଣ କରିବାକୁ ପଡିବ। ଏହା ବ୍ୟତୀତ ଏଲଆଇସିର ଶାଖା ଅଫିସ, ESIC, EPFO କିମ୍ବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲେବର ଅଫିସରେ ମଧ୍ୟ ଯାଇ ଆବେଦନ କରି ପାରିବେ। କିଛି ରାଜ୍ୟର ଶ୍ରମ ବିଭାଗ ନିଜେ ଏହି ପଞ୍ଜିକରଣ ପ୍ରକ୍ରିୟାକୁ ବଢାଇବା ଲାଗି ଅଭିଯାନ କରୁଛନ୍ତି।
ପଞ୍ଜିକରଣ ପାଇଁ ଏହି କାଗଜପତ୍ର ଦରକାର
୧ – ଆଧାରକାର୍ଡ
୨ – IFSC କୋଡ୍ ସହିତ ସେଭିଙ୍ଗ କିମ୍ବା ଜନଧନ ଆକାଉଣ୍ଟ
୩ – ମୋବାଇଲ ନମ୍ବର
କେତେ ଦେବାକୁ ପଡିବ ପ୍ରିମିୟମ
ବୟସ ହିସାବରେ ପ୍ରିମିୟମ ଦେବାକୁ ପଡିବ। ଯଦି କେହି ୧୮ ବର୍ଷ ବୟସରୁ ସ୍କିମ ଆରମ୍ଭ କରିବେ ତେବେ ତାଙ୍କୁ ମାସକୁ ୫୫ ଟଙ୍କା ଜମା କରିବାକୁ ପଡିବ। ଯଦି ବୟସ ୨୯ ବର୍ଷ ହୋଇଥିବ ତେବେ ମାସିକ ୧୦୦ ଟଙ୍କା ଏବଂ ୪୦ ବର୍ଷ ହୋଇଥିଲେ ମାସିକ ୨୦୦ ଟଙ୍କା ଜମା କରିବାକୁ ପଡିବ। ଆପଣଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରିମିୟମ ଜମା କରିବାକୁ ପଡିବ।