Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସୀମାରେ ପାକ୍‌ର ଆଉ ଏକ ଉଦ୍ୟମ ଭଣ୍ଡୁର, ମିଳିଲା ଦେଢଶହ ମିଟର ଦୀର୍ଘ ଭୂତଳ ସୁଡ଼ଙ୍ଗ

29/08/2020 at 6:06 PM

ସାମ୍ବା ୨୯।୮:  ଜମ୍ମୁ-କାଶ୍ମୀର ଶାମ୍ବା ସେକ୍ଟରରେ ସୀମା ସୁରକ୍ଷା ବଳ (ବିଏସଏଫ) ପାକିସ୍ତାନର ଆଉ ଏକ ଆତଙ୍କବାଦୀ ଅନୁପ୍ରବେଶ ଚାଲକୁ ବିଫଳ କରିଦେଇଛନ୍ତି। ଅନ୍ତର୍ଜାତୀୟ ସୀମାରୁ କାଶ୍ମୀର ଭିତରକୁ ୧୫୦ ମିଟର ଦୀର୍ଘ ଏକ ଭୂତଳ ସୁଡ଼ଙ୍ଗକୁ ଶୁକ୍ରବାର ଖୋଜି କାଢିଛନ୍ତି ଯାହାକୁ ପାକିସ୍ତାନ ପଟରୁ ଭାରତ ଭିତରକୁ ଖୋଳାଯାଇଥିଲା। ଏହି ରାସ୍ତାରେ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପଠାଇବାର ଉଦ୍ୟମ ପୂର୍ବରୁ ବିଏସଏଫ ଏହାକୁ ପୋତିଛି।

ବେଶ୍ ସତର୍କତାର ସହ ଏହି ସୁଡ଼ଙ୍ଗ ଖୋଳାଯାଇଥିଲା। ଯାହାକୁ ବାଲି ବସ୍ତାରେ ଘୋଡାଇ ରଖାଯାଇଥିବା ଦେଖାଯାଇଛି।  ଏଥିଲାଗି ଯେଉଁ ବସ୍ତା ବ୍ୟବହାର କରାଯାଇଛି ସେଥିରେ ପାକିସ୍ତାନୀ କମ୍ପାନୀର ନାଁ ରହିଛି। ଟନେଲ ମାଟିରୁ ୨୫ ଫୁଟ ତଳେ ଖୋଳାଯାଇଥିବା ବେଳେ ଥରକେ ୩ରୁ ୪ ଜଣ ଲୋକଙ୍କୁ ପଠାଇପାରିବା ଭଳି ହୋଇଛି।

ତେବେ ସୀମାରେ ଏତେବଡ ଟନେଲ ପାକିସ୍ତାନୀ ରେଞ୍ଜର୍ସ ଓ ଅନ୍ୟ ଏଜେନ୍ସୀଙ୍କ ବିନା ଅନୁମତିରେ ଖୋଳିବା ସମ୍ଭବ ନୁହେଁ ବୋଲି ବିଏସଏଫ ଅଧିକାରୀ ଅନୁମାନ କରୁଛନ୍ତି। ଏବେ ସୁଡଙ୍ଗକୁ ବିଏସଏଫ ଜେସିବି ଲଗାଇ ଖୋଳାତଡା କରୁଛନ୍ତି। ଏହାକୁ ବିଏସଏଫ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଆଖପାଖ ଅଞ୍ଚଳରେ କୁମ୍ବିଂ ଅପରେସନ ଚଳାଯାଇଛି।

ବିଏସଏଫ ପକ୍ଷରୁ ମିଳୁଥିବା ସୂଚନା ଅନୁସାରେ ଏହି ସୁଡ଼ଙ୍ଗ ପାକିସ୍ତାନ ଚେକ ପୋଷ୍ଟରୁ ୪୦୦ ମିଟର ଦୂରରେ ଭାରତ ଭିତରକୁ ପ୍ରାୟ ୪୫୦ ଫୁଟ ଖୋଳାଯାଇଛି। ଏହାର ଚୌଡା ୩ରୁ ୪ଫୁଟ ରହିଛି। ଯେଉଁ ବାଲି ବସ୍ତା ରଖି ସୁଡଙ୍ଗର ମୁହଁ ଢଙ୍କା ଯାଇଥିଲା ସେହି ବ୍ୟାଗ୍‌ରେ ଏସଏବିଜେଡ୍ ଛପା ରହିଛି। ଯାହା ପାକିସ୍ତାନ କରାଚୀର ଏକ ସରକାରଖାନା ଆଗ୍ରୋ ପଲିମରର ବୋଲି ଦେଖାଯାଇଛି। ବିଏସ୍ଏଫ ଆଇଜି ଏନ.ଏସ୍.ନରୱାଲଜୋ ଏହାକୁ ପୁରା ଇଞ୍ଜିନିୟରିଂରେ ଖୋଳାଯାଇଥିବାର କହିଛନ୍ତି। ତେବେ କେବଳ ଏଠାରେ ନୁହେଁ ସୀମାର ଅନ୍ୟ ସ୍ଥାନରେ ବି ପାକିସ୍ତାନୀ ଏପରି ସୁଡ଼ଙ୍ଗ କରିଥାଇ ପାରନ୍ତି ବୋଲି ଏବେ ଆଶଙ୍କା ବଳବତ୍ତର ହୋଇଛି ଏଣୁ ସାରା ସୀମାରେ କଡାକଡି ଯାଞ୍ଚ ଚାଲିଛି।

   Related Posts