ରାସ୍ତାରେ ହୋଇଥିବା ଖାଲକୁ ସାଧାରଣ ଖାଲ ଭାବୁଥିଲେ ଲୋକେ; ଯାଞ୍ଚରୁ ଜଣାପଡିଲା ଖାଲ ନୁହେଁ ବରଂ ସୁଡ଼ଙ୍ଗ, ପୁଣି ଲମ୍ବିଛି ବ୍ୟାଙ୍କ ଯାଏଁ

Published By : Prameya-News7 Bureau | February 01, 2019 IST

ୱାସିଂଟନ ୧/୨ : ଆମେରିକାରେ ପେମବ୍ରୋକ ପାଇନ୍ସ ସହରର ଏକ ରାସ୍ତାରେ ଖାଲ ଢିପ ରହିଥିଲା | ଯାଞ୍ଚ ବେଳେ ଜଣାପଡିଲା ଯେ, ଏହା ଏକ ୧୫୦ ଫୁଟ ଲମ୍ବର ସୁଡ଼ଙ୍ଗ | ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଅନୁଯାୟୀ, ସୁଡ଼ଙ୍ଗକୁ ବ୍ୟାଙ୍କର ବେଶମେଣ୍ଟ ଯାଏଁ ଖୋଳା ଯାଇଥିଲା | ଏହି ସୁଡ଼ଙ୍ଗ କିଏ ତିଆରି କରିଥିଲା ତାକୁ ପୋଲିସ ଖୋଜୁଛି |

{"id":80717}


ସୁଡ଼ଙ୍ଗ ବିଷୟରେ ପ୍ରଥମେ ଜଣେ ବାଇକ ଚାଳକ ଅଭିଯୋଗ କରିଥିଲେ | ଯୁବକଙ୍କ ଅଭିଯୋଗ ପରେ ଖାଲକୁ ଠିକ କରିବା ପାଇଁ ଆସିଥିଲେ ସଡକ ନିର୍ମାଣ ବିଭାଗ | ଖାଲକୁ ଠିକ କରିବା ପାଇଁ ଆସିଥିବା ସଡକ ନିର୍ମାଣ ବିଭାଗ କର୍ମଚାରୀଙ୍କୁ ସନ୍ଦେହ ହୋଇଥିଲା | ଫଳରେ କର୍ମଚାରୀ ପୋଲିସ ଏବଂ ଏଫବିଆଇକୁ ଖବର ଦେଇଥିଲେ | ଖାଲର ଚଉଡା ପାଖାପାଖି ୨ରୁ ୩ ଫୁଟ ରହିଥିଲା | ପୋଲିସ ଆସି ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ଏହା ଏକ ଖାଲ ନଥିଲା ବରଂ ଏକ ଷଡଯନ୍ତ୍ର ଥିଲା | ସୁଡ଼ଙ୍ଗ ଭିତରକୁ ଯିବା ପରେ ପ୍ରଥମେ ପୋଲିସକୁ ଏକ ଜେନେରେଟର ଏବଂ ଏକ ବିଦ୍ୟୁତ ତାର ମିଳିଥିଲା | ଆହୁରି ଭିତରକୁ ଯିବାରୁ ସୁଡ଼ଙ୍ଗ ଆହୁରି ଭିତରକୁ ଲମ୍ବି ଥିଲା ଏବଂ ଭିତରେ ଶିଢୀ, ଷ୍ଟୁଲ ଏବଂ ଜୋତା ମିଳିଥିଲା |

{"id":80718}


ଏଫବିଆଇର ଯାଞ୍ଚ ଏଜେନ୍ସି ଅନୁଯାୟୀ, ସୁଡ଼ଙ୍ଗ ଦେଇ ଚୋର ବ୍ୟାଙ୍କର ଏଟିଏମ ପର୍ଯ୍ୟନ୍ତ ଯାଇଥାନ୍ତେ | ଅଧିକାରୀ କହିଛନ୍ତି ଯେ, ଏହି ସୁଡ଼ଙ୍ଗ ଖୋଲିବା ପାଇଁ କିଛି ଚୋର ଗ୍ୟାଙ୍ଗ କାମ କରିଥିଲା | ତେବେ ଯାତ୍ରୀଙ୍କ ନଜରରୁ ବଞ୍ଚି ରାସ୍ତା ଖୋଲିବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ପୋଲିସ ଅଧିକାରୀ |

{"id":80720}


ଏଫବିଆଇ ଡ୍ରୋନ କ୍ୟାମେରା ସାହାଯ୍ୟରେ ସୁଡ଼ଙ୍ଗର ଯାଞ୍ଚ କରୁଛି | ସୁଡ଼ଙ୍ଗ ଶେଷ ହୋଇଛି ନା ନାହିଁ ତାହା ପୋଲିସ ଅଧିକାରୀ ସ୍ପଷ୍ଟ କରିପାରିନାହାନ୍ତି | କିନ୍ତୁ ଲଗାତାର ବର୍ଷା ହେବା ଯୋଗୁଁ ସୁଡ଼ଙ୍ଗର କିଛି ଅଂଶ ଧସି ଯାଇଛି |

{"id":80721}


ପେମବ୍ରୋକ ପାଇନ୍ସର ନିର୍ମାଣ ବିଭାଗ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି | ଏଫବିଆଇ ଅଧିକାରୀ ଚୋରଙ୍କୁ ଖୋଜୁଛନ୍ତି | ଏହାଛଡା କିଛି ସନ୍ଦିଗ୍ଧ ଅପରାଧୀଙ୍କ ଫଟୋ ମଧ୍ୟ ଜାରି କରିଛନ୍ତି |

{"id":80722}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.