ଏମାର ମଠ ଭଙ୍ଗା ବେଳେ ମିଳିଲା ରହସ୍ୟମୟ ଭୂତଳ ଘର, ଜାଣନ୍ତୁ ଏଠାରେ କ’ଣ ରହୁଥିଲା

Published By : Prameya-News7 Bureau | August 29, 2019 IST

ପୁରୀ ୨୯।୮- ବହୁ ଚର୍ଚ୍ଚିତ ଏମାର ମଠର ଅମାରରେ ବୁଲିଛି ବୁଲଡୋଜର | ଏହି ବିରାଟ ଭୂତଳ ଅମାର ଘର ମାଟିରେ ମିଶିଛି | ତେବେ ଉଚ୍ଛେଦ ବେଳେ ଅମାର ଘରର ଆଶ୍ଚ୍ୟର୍ଯ୍ୟଜନକ ଗଠନ ସାମ୍ନାକୁ ଆସିଥିଲା | ମାଟି ତଳେ ସୁଡ଼ଙ୍ଗ ଭଳି ରାସ୍ତା ତଳେ ଏହି ଅମାରଟି ଦିଶିଥିଲା | ଯାହାର ଉଚ୍ଚତା ୧୦ରୁ ୧୨ ମିଟର ଓ ଓସାର ଖୁବ୍ ବେଶୀ | ବଡ଼ ବଡ଼ ଲୁହା, କାଠ ବିମ୍, ଛାତ ଦେଇ ଶହ ଶହ ବର୍ଷ ତଳେ ଚମତ୍କାର ଭାବେଏହି   ନିର୍ମାଣ ସମସ୍ତଙ୍କୁ ଚକିତ କରିଦେଇଛି | କୁହାଯାଏ, ଏହି ଅମାରରେ ୧୦୦ ଟ୍ରକରୁ ବି ଅଧିକ ଶସ୍ୟ  ରହି ପାରିବାର କ୍ଷମତା ରହିଥିଲା | ତେବେ ଦୀର୍ଘ ଦିନ ହେବ ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପଦସଂକୁଳ ଅବସ୍ଥାକୁ ଚାଲିଆସିଥିଲା | କୌଣସି ସାମ୍ଭାବ୍ୟ ବିପଦ ଏଡ଼ାଇବାକୁ ସ୍ନେକ ହେଲ୍ପ ଲାଇନ ମଧ୍ୟ ସଜାଗ ଥିଲା | ଏବେ ଏହି ରହସ୍ୟମୟ ଏମାର ମଠର ଅମାର ଘରକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ସେମାନେ ଏହି ଭୂତଳ ଘର  ବିଷୟରେ ଜାଣିବା ପାଇଁ ଆଗ୍ରହ ଦେଖାଇଥିଲେ ।

{"id":150610}

ସେପଟେ ମଠର ଗୋଟେ ପଟେ ବୁଲଡୋଜର ବୁଲୁଥିଲେ ବି ମଠ ଭିତରେ ବସି ରହିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ | ସେ ମଠ ଛାଡ଼ିବେ ନାହିଁ ବୋଲି କହିଛନ୍ତି | ଜିଲ୍ଲା ପ୍ରଶାସନ ପକ୍ଷରୁ ମଠ ଛାଡ଼ିବାକୁ ତାଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି | ପ୍ରଥମ ଦିନରେ କିଛି ଅଂଶ ଭାଙ୍ଗିଥିବା ବେଳେ ଦ୍ବିତୀୟ ଦିନରେ ଅମାର କୋଠରୀ ଭାଙ୍ଗିଛି | ତୃତୀୟ ଦିନରେ ମୁଖ୍ୟ ମଠ ଓ ରଘୁ ନନ୍ଦନ ଲାଇବ୍ରେରୀ ଭାଙ୍ଗିବ | ମଠର କର୍ମଚାରୀଙ୍କ ରହିବାକୁ ବଗଲା ମଠରେ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି |

{"id":150611}

ରୂପା ଇଟା ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲା ଏମାର ମଠ | ତେଣୁ ଉଚ୍ଛେଦ ବେଳେ ଆଉ କିଛି ଦୁର୍ଲ୍ଲଭ ସମ୍ପତ୍ତିର ସନ୍ଧାନ ମିଳିବ କି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା | ହେଲେ ବର୍ତ୍ତମାନ ସୁଦ୍ଧା ସେମିତି କିଛି ସାମ୍ନାକୁ ଆସି ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.