ଷ୍ଟେସନ ପ୍ଲାଟଫର୍ମରେ ନିର୍ମାଣଧୀନ ସେଡ୍‌ ଭୁଶୁଡିଲା , ୬ ଆହତ

Published By : Prameya-News7 Bureau | September 30, 2019 IST

ଶାଲିମାର - କୋଲକାତା ହାଓଡା ନିକଟବର୍ତ୍ତୀ ଶାଲୀମାର ରେଳଷ୍ଟେସନରେ ନିର୍ମାଣଧୀନ ଏକ ସେଡ୍‌ ଭୁଶୁଡି ପଡିଛି ।ଏଥିରେ କାମ କରୁଥିବା ୬ ଜଣ ଶ୍ରମିକ ଆହତ ହୋଇଛନ୍ତି ।
,ସୋମବାର ପୂର୍ବାହ୍ନରେ ଏହି ସେଡ୍‌ଟି ଭୁଶୁଡି ପଡିଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ନୂଆ ପ୍ଲାଟଫର୍ମରେ ଥିବା ସେଡ୍‌ରେ ଫାଟ ସୃଷ୍ଟି ହୋଇଥିଲା । କିଛି ଶ୍ରମିକ ଏହାର ମରାମତି କରୁଥିଲେ । ଏହା ହଠାତ୍‌ ଭୁଶୁଡି ପଡିଥିଲା । ନିକଟରେ ଥିବା ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଥିଲା । ବିଦ୍ୟୁତ କରେଣ୍ଟ ଲାଗିବାରୁ ଜଣେ ଗୁରୁତର ହୋଇଛନ୍ତି । ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.