Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ଭୁବନେଶ୍ବର ବିମାନବନ୍ଦରରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ : ଚାପି ହୋଇ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

25/01/2020 at 7:11 AM

ଭୁବନେଶ୍ବର ୨୫।୧: ଭୁବନେଶ୍ବର ବିମାନବନ୍ଦରରେ ବଡ଼ ଅଘଟଣ ଘଟିଛି । ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଓଡ୍ରାଫ୍ ଓ ଏନଡିଆରଏଫର ଟିମ୍ ଅଢ଼େଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କାର୍ଯ୍ୟ ସାରିଥିଲେ ।

ଭୁଶୁଡ଼ିଲା ଛାତ । ନିମିଷକେ ମଧ୍ୟରେ ମାଟିରେ ମିଶିଲା ପାଖାପାଖି ୧୦ ହଜାର ସ୍କୋୟାର ଫୁଟର ଛାତ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଏଭଳି ଅଘଟଣ । ବିମାନବନ୍ଦରରେ ଟର୍ମିନାଲ ୧ ଓ ୨କୁ ସଂଯୋଗ କରୁଥିବା ବିଲଡିଂର ଛାତ ତିଆରି କାମ ଚାଲୁଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ।

ଫଳରେ ଜଣେ ଶ୍ରମିକଙ୍କର ଚାପି ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଉଛନ୍ତି ଅନ୍ତର୍ଯ୍ୟାମୀ ଗୁରୁ ଓ ତାଙ୍କ ଘର ବଡ଼ମ୍ବା ନରସିଂହପୁର ଅଞ୍ଚଳର । ସେହିପରି ଆହତ ଶ୍ରମିକ ନବ କିଶୋର ସ୍ବାଇଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ ମଧ୍ୟରେ ଏଭଳି ଘଟଣା ଘଟିଛି । ଡେଡ୍‌ଲାଇନ ପୂରି ଆସୁଥିବାରୁ ଶୀଘ୍ର କାମ ସାରିବାକୁ ଉଦ୍ୟମ କରୁଥିଲା ଟେଣ୍ଡର ନେଇଥିବା ଦିଲୀପ କନଷ୍ଟ୍ରକସନ । ତେବେ ନିର୍ମାଣ ସମୟରେ ତ୍ରୁଟି ବିଚ୍ୟୁତି ଘଟିଥିବା ସ୍ବୀକାର କରିଛନ୍ତି କାମ କରୁଥିବା ଦିଲୀପ କନଷ୍ଟ୍ରକସନ୍‌ର ଏମ୍‌ଡି ଦିଲ୍ଲୀପ ଖଟେଇ ।

ତେବେ କାହିଁକି ଘଟିଲା ଏଭଳି ଘଟଣା ? ନିର୍ମାଣ ସମୟରେ ସବୁ ସେଫ୍ଟି ମେଜର ନିଆଯାଇଥିଲା ତ ? ଡେଡ୍‌ଲାଇନ ଡରରେ କାମରେ ଏପଟ ସେପଟ ହେଉନଥିଲା । ତେବେ ଘଟଣାର ତଦନ୍ତ ପରେ ହିଁ ସଠିକ୍ ରିପୋର୍ଟ ସାମ୍ନାକୁ ଆସିବ ।

କିଛି ଏଭଳି ଢ଼ଙ୍ଗରେ ହିଁ ବମିଖାଲରେ ଭୁଶୁଡ଼ି ଥିଲା ଓଭରବ୍ରିଜ । ଭୁବନେଶ୍ବର ବିମାନବନ୍ଦରକୁ ବିଶ୍ବସ୍ତରୀୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଏଭଳି ଅଘଟଣ ସେଥିରେ ବାଧାସୃଷ୍ଟି କରିବନି ତ ?

   Related Posts