Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଭୁଶୁଡିଲା ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣଧୀନ ପୋଲର ସେଣ୍ଟ୍ରିଂ

22/05/2020 at 7:52 AM

ବାଲେଶ୍ବର ୨୨।୫: ବାଲେଶ୍ବର ସହରର ଫୁଲାଡିଠାରେ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ଚାଲିଥିବା ପୋଲର ସେଣ୍ଟ୍ରିଂ ଭୁଶୁଡି ପଡିଥିବା ଜଣାପଡିଛି । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଏବଂ ତହସିଲଦାର ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି । 

ବୁଧବାର ଦିନ ବାତ୍ୟା ‘ଅମ୍ଫାନ’ର ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ବୁଢାବଳଙ୍ଗ ନଦୀର ସ୍ରୋତ ଅଧିକ ଥିଲା । ଏଥିଯୋଗୁଁ ନିର୍ମାଣାଧିନ ପୋଲର ଶେଷ ସ୍ଲାବ୍ ପକାଇବା ପାଇଁ କରାଯାଇଥିବା ସେଣ୍ଟ୍ରିଂ ତଳୁ ମାଟି ଧୋଇଯିବା ଯୋଗୁଁ ସେଣ୍ଟ୍ରିଂଟି ପଡି ଯାଇଥିବା ଜଣାପଡିଛି ।

ଗତ ଶନିବାର ଦିନ ସେଠାରେ ଥିବା ଲୁହା ପୋଲର ସାଇଟ୍ ଓ୍ବାଲ ତଳର ମାଟି ଧସିଯାଇଥିଲା । ଲୁହା ପୋଲର ବାଲେଶ୍ବର ପଟରେ ଥିବା ପ୍ରୋଟେକ୍ସନ ଓ୍ବାଲର ତଳେ ଥିବା ମାଟି ଧସିଯାଇଛି । ପ୍ରଶାସନ ପକ୍ଷରୁ ଏହି ଲୁହା ପୋଲରେ ଗମନାଗମନକୁ ବନ୍ଦ କରିଦିଆଯାଇଛି । ସେପଟେ ଲୁହା ପୋଲଟି ଗଳିପଡିବା ଆଶଙ୍କାରେ ଲୋକେ ଆତଙ୍କିତ ଥିବାବେଳେ ନିର୍ମାଣାଧିନ ନୂଆପୋଲର ସେଣ୍ଟ୍ରିଂ ଖସିବା ଘଟଣା ଲୋକଙ୍କୁ ଆହୁରି ଭୟଭୀତ କରିଛି ।

   Related Posts