ପୁରସ୍କୃତ ଠିକାଦାରଙ୍କ ନିମ୍ନମାନର କାମ : ଭୁଶୁଡ଼ିଲା ସୁକତେଲ ନଦୀ ପୋଲ, ଦୁଇ ଜଣଙ୍କ ମୃତ୍ୟୁ, ତଦନ୍ତ ଦାବି କଲେ ଲୋକେ

Published By : Prameya-News7 Bureau | April 29, 2020 IST

ବଲାଙ୍ଗୀର ୨୯\୦୪ : ବଲାଙ୍ଗୀର ପାଟଣାଗଡ଼ ଠାରେ ସୁକତେଲ ନଦୀ ଉପରେ ଭୁଶୁଡିଲା ନିର୍ମାଣାଧୀନ ପୋଲ । ବ୍ରିଜ ଭଗ୍ନାଂଶ ତଳେ ଚାପି ହୋଇ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି | ଏଥିରେ ଜଣେ ଗୁରୁତର ହୋଇଛନ୍ତି । ମୃତ ଦୁଇ ଶ୍ରମିକ ରାଜ୍ୟ ବାହାରର । ଗତ ୫ ବର୍ଷ ଧରି ବ୍ରିଜ ନିର୍ମାଣ କାମ ଚାଲିଥିଲା । ….

{"id":262149,"sizeSlug":"large"}

ବଲାଙ୍ଗିର ପାଟଣାଗଡ ତମିଆ ଓ ମୁଦଲସର ଗାଁ ନିକଟ ସୁକତେଲ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକ ମାନେ ହେଲେ ମଧ୍ୟପ୍ରଦେଶ ଭେଣ୍ଡ ଜିଲ୍ଲାର ମନୀଷ କଷବା ଓ ପପୁ କଷବା ।  ଏଥିରେ ଆଉ କିଛି ଶ୍ରମିକ  ଆହତ ହୋଇଛନ୍ତି । ଆଜି ସକାଳୁ ବ୍ରିଜ ମରାମତି କାମ ଚାଲିଥିବାବେଳେ ହଠାତ ବ୍ରିଜ ଭୁଶୁଡି ପଡିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ବ୍ରିଜ୍‌ ଭୁଶୁଡିବା ପରେ ବି ଠିକା ସଂସ୍ଥାର କୌଣସି ଅଧିକାରୀ କି କର୍ମଚାରୀ ପହଞ୍ଚିନଥିଲେ । ପାଟଣାଗଡ ସବ୍‌କଲେକ୍ଟର, ତହସିଲଦାର, ଏସ୍‌ଡିପିଓ ଓ ସ୍ଥାନୀୟ ବିଧାୟକ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ ।

{"id":262150,"sizeSlug":"large"}

୨୦୧୫ ଜୁଲାଇ ୩ରେ ଏହି ବ୍ରିଜକୁ ତତ୍କାଳୀନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ |  ୬ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ରିଜ୍‌ ନିର୍ମାଣ ହୋଇଥିବାବେଳେ ନିର୍ଦ୍ଧାରିତ ସମୟର ୬ ମାସ ପୂର୍ବରୁ କାମ ସରିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ପୁରସ୍କାର ଠିକାସଂସ୍ଥାକୁ ମିଳିଥିଲା । ତେବେ ନିମ୍ନମାନର କାମ ଯୋଗୁଁ ୨ରୁ ତିନି ମାସ ମଧ୍ୟରେ ଏହି ବ୍ରିଜ ଦବିବାକୁ ଲାଗିଥିଲା | ଯାହାକୁ ନେଇ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ବ୍ରିଜ ମରାମତି ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ କୁହାଯାଇଥିଲା | ଠିକାଦାର ବ୍ରିଜ ମରାମତି କରାଇବାକୁ ରାଜ୍ୟ ବାହାରୁ ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ | ଆଜି ମରାମତି ବେଳେ ହଠାତ ବ୍ରିଜ ଭୁଶୁଡିପଡିଥିଲା ବ୍ରିଜ ଭୁଶୁଡିବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବ୍ରିଜ କାମ ନିମ୍ନ ହୋଇଥିବା ଲୋକେ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.