ସମୁଦ୍ର ଭିତର ଦେଇ ଭାରତକୁ ଆତଙ୍କବାଦୀ ପଠାଇଛି ପାକିସ୍ତାନ, ଗୁଇନ୍ଦା ସୂଚନା ପରେ ଗୁଜୁରାଟରେ ହାଇଆର୍ଲଟ

Published By : Prameya-News7 Bureau | August 29, 2019 IST

ଅହମ୍ମଦାବାଦ- ମୁମ୍ବଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ପାଇଁ ଆରବ ସାଗର ଦେଇ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବଇ ଉପକୂଳରେ ପ୍ରବେଶ କରିଥିଲେ । ସେହିପରି ଏବେ ଏକ ବଡ ଧରଣର ଆକ୍ରମଣ ପାଇଁ ପାକିସ୍ତାନ  ବିଭିନ୍ନ ଆତଙ୍କବାଦୀ ସଙ୍ଗଠନଙ୍କ ସହ ମିଶି ଯୋଜନା ଚଳାଇଛି ।

 ଆରବ ସାଗର ଦେଇ ଆତଙ୍କବାଦୀମାନେ ଏବେ ଗୁଜୁରାଟରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି । ଗୁଜୁରାଟର କାଣ୍ଡଲା ବନ୍ଦର ନିକଟରେ ପାକିସ୍ତାନର କମାଣ୍ଡୋଙ୍କ ସହ ଆତଙ୍କବାଦୀ ଅନୁପ୍ରବେଶ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି ।

{"id":150577}

 ଏହା ପୂର୍ବରୁ ଭାରତୀୟ ନୌସେନା କଚ୍ଛ ରାସ୍ତାରେ ଆତଙ୍କବାଦୀମାନେ  ଗୁଜୁରାଟରେ ପ୍ରବେଶ କରିପାରନ୍ତି ବୋଲି ଆର୍ଲଟ ଜାରି କରିଥିଲା ।

ସେହିପରି ଶ୍ରୀଲଙ୍କା ରାସ୍ତାରେ ଲକଶର୍‌-ଇ ତୋଏବାର ଆତଙ୍କବାଦୀମାନେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଗୁଇନ୍ଦା ସୂଚନା ମିଳିଛି । ଗୁରୁବାରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ବା ଏନ୍‌ଆଇଏ ପକ୍ଷରୁ ଅନେକସ୍ଥାନରେ ଚଢଉ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.