ଉମର ଗାଓଁ ୨୫।୪ : ନାବାଳକ ପୁତ୍ର ପାରିବାରିକ ସମ୍ପର୍କକୁ କଳଙ୍କିତ କରୁଥିବା ଅଭିଯୋଗ ମିଳିଛି ସୋଲାସୁବା ଗାଁରୁ। ଯିଏ ନିଜ ଜନ୍ମ କଲା ମା ପେଟର ଭଉଣୀମାନଙ୍କ ପ୍ରତି ଦୁଷ୍କର୍ମ କରୁଥିଲା। ଗତ ୧ ବର୍ଷ ହେଲା ସେ ଏଭଳି କଳଙ୍କିତ କାର୍ଯ୍ୟ କରୁଥିବା ବେଳେ ପୁଅକୁ ଘଣ୍ଟ ଘୋଡାଇ ମା ଝିଅ ଦୁଇ ଜଣଙ୍କୁ ଦୋଷ ଦେଉଥିଲେ। ତେବେ ମାମଲା ଥାନାରେ ପହଞ୍ଚିବା ପରେ ପୋଲିସ ନାବଳକକୁ ଗିରଫ କରିଥିବା ଜଣାପଡିଛି।
ୟୁପିର ଏକ ପରିବାର ଗତ ୧୭ ବର୍ଷ ହେଲା ସୋଲାସୁବା ଗାଁରେ ଘର ଭଡା ନେଇ ରହୁଛନ୍ତି । ପରିବାର କହିଲେ ଦମ୍ପତ୍ତି, ସେମାନଙ୍କର ଗୋଟିଏ ପୁଅ ଓ ୩ଟି ଝିଅ। ବଡ ଝିଅଟି ବିବାହ କରିସାରିଛି । ତେବେ ଘରେ ରହୁଥିବା ୧୧ ଓ ୭ ବର୍ଷର ୨ ଝିଅଙ୍କ ସହ ସେମାନଙ୍କର ୧୫ ବର୍ଷର ଭାଇ ଗତ ୧ ବର୍ଷ ହେଲା ଲଗାତାର ଦୁଷ୍କର୍ମ କରିଆସୁଛି ।
ନିକଟରେ ସେମାନଙ୍କ ବଡ ଭଉଣୀ ଘରକୁ ଆସିଥିବା ବେଳେ ସାନ ୨ ଭଉଣୀ ଘଟଣା ସମ୍ପର୍କରେ ତାକୁ ଜଣାଇଥିଲେ। ପୂର୍ବରୁ ସାନ ୨ ଭଉଣୀ ଘଟଣା ନେଇ ମାକୁ ଜଣାଇଥିଲେ ମଧ୍ୟ ମା ପୁଅକୁ ଆକଟ କରିବା ବଦଳେ ଝିଅ ମାନଙ୍କୁ ଗାଳିମନ୍ଦ କରୁଥିଲା। ତେବେ ଘଟଣା ନେଇ ୨ ସାନ ଭଉଣୀ ଥାନାରେ ଏତଲା ଦେବା ପରେ ପୁଲିସ ନାବଳକକୁ ଗିରଫ କରିଥିବା ଜଣାପଡିଛି ।