Under-19 ଫାଇନାଲରେ ବାଂଲାଦେଶ ଓ ଭାରତ ମୁକାବିଲା

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ୬/୨: ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ । ଫାଇନାଲ୍ ରେ ଡିଫେଣ୍ଡି ଚାମ୍ପିଅନ୍ ଭାରତ ସହ ବାଂଲାଦେଶର ମୁକାବିଲା ହେବ ।  ଆଦି ଦ୍ୱିତୀୟ ସେମିଫାଇନାଲ୍ ମୁକାବିଲାରେ ବାଂଲାଦେଶ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇ ପ୍ରଥମଥର ଲାଗି ବିଶ୍ୱକପର ଫାଇନାଲରେ ପହଞ୍ଚିଛି । ଫଳରେ ଦୁଇ ଏସୀୟ ଟିମ୍ ମଧ୍ୟରେ ଏଥର ମୁକାବିଲା ହେବ ।ରବିବାର ସାଢେ ୧ ଟା ବେଳେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଭାରତୀୟ ଟିମ୍ କୁ ଏଥର ଫେଭରିଟ ବୋଲି ଧରାଯାଉଛି । ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨ ଓ ୧୦୧୮ ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଚାମ୍ପିଅନ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.