ଭାଣିଜୀର ପରକୀୟା ପ୍ରେମ ପାଇଁ ମାମୁଁ ସାଜିଲା ହତ୍ୟାକାରୀ, କେମିତି ଥିଲା ପୁରା ଘଟଣା ଆସନ୍ତୁ ଜାଣିବା

Published By : Prameya-News7 Bureau | December 14, 2018 IST

ସିକର;୧୪/୧୨-କେହି କେହି କହନ୍ତି ,ପ୍ରେମ ଅନ୍ଧ । କେତେବେଳେ କାହାସହ ପ୍ରେମ ହୋଇଯାଏ ,କିଛି କହିହେବନି । ପ୍ରେମ ପାଇଁ କେତେ ଜୀବନ ଯାଇଛି କେତେ କିଏ ଅପରାଧ ବି କରିଛନ୍ତି।  ଏମିତି ହୋଇଛି ପ୍ରେମକୁ ବିରୋଧ କରି କେହି କେହିପରିବାର ଅନରକିଲିଂ ଭଳି ଅପରାଧ କରିବାକୁ ପଛେଇ ନାହାଁନ୍ତି । ବିବାହିତା ଭାଣିଜୀର ପରକୀୟା ପ୍ରେମପାଇଁ ମାମୁଁ ବିରୋଧ କରି ସାଜିଛି ହତ୍ୟାକାରୀ । ଏହିଭଳି ଏକ ଘଟଣା ଘଟିଛି ରାଜସ୍ଥାନର ସିକର ଜିଲ୍ଲାରେ।

ଭାଣିଜୀର ବବଲୀର ବିବାହ ସରିଯାଇଥିଲା । ବୈଦିକ ରୀତିନୀତି ଅନୁସାରେ ଉପଯୁକ୍ତ ବରପାତ୍ର ବି ଖୋଜାଯାଇ ବାହା ଦିଆଯାଇଥିଲା । ହେଲେ କଣ ହେବ ,ବିବାହର କେତେ ବର୍ଷ ଯାଇନି ,ଫେରି ଆସିଲା ଭାଣିଜି । ବାଧ୍ୟହୋଇ ମାମୁଁ ନିଜ ପାଖରେ ରଖିଲେ ଭାଣିଜିକୁ । ସେତେବେଳକୁ ଭାଣିଜିର ପିଲାଟିଏ ବି ହୋଇସାରିଥଲା । ସ୍ଵାମୀ ପାଖରେ ନ ରହି ଜୀବନସାରା ଏକାଏକା କାଟିଦେବ ବୋଲି  ନିଷ୍ପତ୍ତି ନେଇଥିଲା ।  ହେଲେ ସେ କଣ ଜାଣିଥିଲା ଜୀବନ ପରିଧି ଭିତରକୁ କେହିଜଣେ ପୁଣି ଚାଲିଆସିବ ।

ବବଲୀ ଜୀବନକୁ ବୀରବଲ ଏଭଳି ଅବେଳରେ ପଶିଆସିବ କଣ  ଜାଣିଥିଲା । ଦିହେଁ ଦିହିଁକି ଭଲ ପାଇବସିଲେ । ଲୁଚାଛପାରେ ବି ଦେଖାହେଲେ । ଏହିସବୁ ଘଟଣାକୁ ଦିନେ ମାମୁଁ ଜାଣିପାରି ଦୁହିଁକୁ ବିରୋଧ କଲା । ହେଲେ ପ୍ରେମ ପାଇଁ ବୀରବଲ ଏତେ ସିରିୟସ ଥିଲା ଯେ ବବଲୀକୁ ଜମାରୁ ଛାଡ଼ିବାକୁ ରାଜି ନ ଥିଲା ।

ଅନେକ କହିଲା ପରେ ବୀରବଲ ନ ମାନିବାରୁ  ରାମକୁମାର ବାଧ୍ୟ ହୋଇ ବୀରବଲକୁ ମାରିଦେଇଛି ବୋଲି ପୋଲିସ ଆଗରେ କହିଛି । ଏହି ହତ୍ୟାକାଣ୍ଡ ସହ ତା ଭାଣିଜିର ହାତ ଅଛି ବୋଲି ମଧ୍ୟ ସ୍ଵୀକାର କରିଛି ।

ପୋଲିସ ଜେରା କଲାବେଳେ ରାମକୁମାର କହିଛି ,ସେ ଓ ତା ଭାଣିଜୀ ମିଶି ବୀରବଲକୁ ମାରିଦେଲା ପରେ ଆଖୁକିଆରୀ ଭିତରେ ପୋତି ଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ତା ମୋବାଇଲକୁ  ବି ନଷ୍ଟ କରିଦେଇଥିଲେ । ବୀରବଲର ପରିବାର ଲୋକେ ପୋଲିସକୁ ଜଣାଇବା ପରେ ବୀରବଲ ମୋବାଇଲରେ ଥିବା ଆଇଏମଆଇ ନମ୍ବର ଟ୍ରାକ କରି  ପୋଲିସ ଅପରାଧୀକୁ ଧରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.