Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସମ୍ପର୍କରେ ଲାଗିଲା କଳଙ୍କ : ଭାଣିଜୀକୁ ଦୁଷ୍କର୍ମ, ମାମୁଁକୁ ଗିରଫ କଲା ପୋଲିସ

4/10/2020 at 4:37 PM

ମୁମ୍ବାଇ, ୦୪|୧୦:  ସମ୍ପର୍କରେ ଲାଗିଲା କଳଙ୍କ । ନିଜ ଭାଣିଜୀକୁ ଦୁଷ୍କର୍ମ କଲା ମାମୁଁ । ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଚନ୍ଦ୍ରପୁରରେ । ଏଠାରେ ଜଣେ ବ୍ୟକ୍ତି ନିଜ ୧୨ ବର୍ଷୀୟା ନାବାଳିକା ଭାଣିଜୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ସୂଚନାନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଗଣ୍ଡା ପିପରୀ ଗ୍ରାମରେ ଗତ ୨ ତାରିଖରେ ନାବାଳିକାର ଦାଦା ପ୍ରାଣ ହରାଇଥିଲେ । ସେଦିନ ଦ୍ୱିପହରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଦାଦାଙ୍କ ଅନ୍ତିମ ସଂସ୍କାରରେ ନାବାଳିକାଜଣଙ୍କ ଯୋଗଦେଇଥିଲେ । ରାତି ୯ଟାରେ ପରିବାର ଲୋକେ ଏକାଠି ଭୋଜନ କରିବାକୁ ବସିଥିଲେ ।

ଭୋଜନ କରିବା ପରେ ନାବାଳିକାଜଣଙ୍କ ଘର ବାହାରକୁ ଯାଇଥିଲେ ।  ସେହି ସମୟରେ ଜଣେ ନିଶାସକ୍ତ ବ୍ୟକ୍ତି ନାବାଳିକାକୁ ରାତି ଅନ୍ଧାରର ଫାଇଦା ଉଠାଇ ଦୁଷ୍କର୍ମ କରିଥିଲେ । କିଛି ସମୟ ପରେ ନାବାଳିକା ପାଟି କରୁଥିବା ଶୁଣିବାକୁ ମିଳିଥିଲା ।  ଏହାଶୁଣି ନାବାଳିକାର ପିତା ଘରୁ ବାହାରକୁ ବାହାରିଥିଲେ । ଏହା ଜାଣିବା ପରେ ଦୁଷ୍କର୍ମକାରୀ ଫେରାର୍ ହୋଇଯାଇଥିଲା ।  ଦୁଷ୍କର୍ମ କରିଥିବା ବ୍ୟକ୍ତି ନାବାଳିକାର ମାମୁଁ ବୋଲି ଜଣାପଡିଛି ।

ତେବେ ପୂର୍ବରୁ ମଧ୍ୟ ଅଭିଯୁକ୍ତ ମାମୁଁ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏପରିକି ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେଣୁ ଭୟରେ ନାବାଳିକାଜଣଙ୍କ ପୂର୍ବରୁ ଏକଥା ପରିବାର ଲୋକଙ୍କୁ ଜଣାଇ ନଥିଲେ । ଦୁଷ୍କର୍ମ ବାବଦରେ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିବା ସହ ପ୍ରାୟ ୧୨ ଘଣ୍ଟା ପରେ ଅଭିଯୁକ୍ତ ମାମୁଁକୁ ଗିରଫ କରିଥିଲା । ପୀଡିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚନ୍ଦ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

   Related Posts