୧୭ମାସର ଶିଶୁ କନ୍ୟାକୁ ସଂପର୍କୀୟ କକାର ଦୁଷ୍କର୍ମ ଅଭିଯୋଗ, କକା ଫେରାର

Published By : Prameya-News7 Bureau | July 06, 2019 IST

ଉଦଳା ୬|୭: ମୟୁରଭଞ୍ଜ ଉଦଳାରେ ଲଜ୍ଜା । ୧୭ ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସଂପର୍କୀୟ କକା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଥାନାରେ ଶିଶୁ କନ୍ୟାଙ୍କ ମାଆ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ କକା ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ଶିଶୁକୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ତାଳକୁଣ୍ଡା ଗ୍ରାମ ଅଂଚଳର ଜଣେ ୧୭ ମାସର ଶିଶୁକନ୍ୟାକୁ ତାର ସଂପର୍କୀୟ କକା ଦୁଷ୍କର୍ମ କରିଥିବା ନେଇ ପରିବାର ପକ୍ଷରୁ ଖୁଂଟା ଥାନାରେ ଲିଖିତ ଅଭିଯୋଗ ହୋଇଛି । ୪ ତାରିଖ ଦିନ ସଂପର୍କୀୟ କକା ଶିଶୁକନ୍ୟାକୁ ସାଙ୍ଗରେ ଧରି ନିଛାଟିଆ ସ୍ଥାନକୁ ନେଇଥିଲେ । ସେଠାରେ ଶିଶୁକନ୍ୟାକୁ ଗଛ ମୂଳରେ ଛାଡି ଦେଇ ସଂପର୍କୀୟ କକା ଚାଲି ଯାଇଥିଲା ବେଳେ ପରିବାର ଲୋକେ ଖୋଜି ଖୋଜି ଶିଶୁକନ୍ୟାକୁ ଗଛ ମୂଳରୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଶିଶୁ କନ୍ୟା ଜଣକ କାନ୍ଦୁଥିବା ବେଳେ ତାର ମୁହଁରେ କ୍ଷତ ଚିହ୍ନ ଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ଯାହାକି ତାର ସଂପର୍କୀୟ କକା ତାକୁ ଦୁଷ୍କର୍ମ କରି ସେଠାରେ ଛାଡି ଚାଲିଯାଇଥିବା ପରିବାର ଲୋକେ ସନ୍ଦେହ କରିବା ସହିତ ସଂପର୍କୀୟ କକାକୁ ଖୋଜାଖୋଜି କରିଥିଲେ ।

ଶେଷରେ ଗତକାଲି ପରିବାର ଲୋକେ ଏ ନେଇ ଖୁଂଟା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତତସହିତ ଶିଶୁକନ୍ୟାକୁ ବାରିପଦା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛି । ଅନ୍ୟପଟେ ସଂପର୍କୀୟ କକା ଘଟଣା ପରଠାରୁ ଫେରାର ଥିବାବେଳେ ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ  କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.