ପୂର୍ବ ଶତୃତାକୁ କେନ୍ଦ୍ର କରି ପୁତୁରାକୁ ହତ୍ୟା କରିଥିଲା ଦାଦା
22/08/2018 at 5:03 AM

କଳାହାଣ୍ଡି ୨୨/୮:
ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ନିଜ ପୁତୁରା କୁ ହତ୍ୟାକରି ଗାଁ ପାଖରେ ଥିବା ମୁଡ୍ରାନଦିର ବନ୍ୟାଜଳରେ ଫିଙ୍ଗିଦେଲା ଦାଦା। ଏଭଳି ଏକ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୋଲିସ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଖୁଣ୍ଟିଆ ପଞ୍ଚାୟତର ତେତେଲପଡା ଗାଁରେ ଘଟଣା ଦିନ ଭୁବନର ସ୍ତ୍ରୀ ବାପଘର ଡୋଙ୍ଗରିଗୁଡାକୁ ଯାଇଥିବାବେଳେ ଘରେ କେବଳ ଭୁବନ ଏକା ଥିବା ବେଳେ ବାପଘରୁ ଫେରି ସ୍ବାମୀ କୁ ନପାଇ ଓ ଘରେ ତାଲା ପଡିଥିବା ଦେଖି ପାଖପଡିଶାଙ୍କୁ ପଚାରିବା ପରେ ବି କୈାଣସି ସୁଚନା ନପାଇ ଗ୍ରାମରକ୍ଷିଙ୍କ ସହାୟତାରେ ଦେବନ୍ତି ୧୬ ତାରିଖରେ କୋକସରା ପୋଲିସ ଥାନାରେ ପହଞ୍ଚି ସ୍ବାମି ନିଖୋଜ ଥିବା ନେଇ ଏକ ମାମଲା ରୁଜୁ କରିଥିଲା ପୋଲିସ ତେତେଲପଡାରେ ତଦନ୍ତ ସମୟରେ ଜାଣିବାକୁ ପାଇଲେ ଯେ ଭୁବନ ପୋଟା ଓ ତାର କାକା ଦେବରାଜ ପୋଟା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ବୋଲି ।ସଂନ୍ଦେହରେ କାକାକୁ ପଚାରିବାରୁ ସେ ଭୁବନକୁ ଏକ ଠେଙ୍ଗାରେ ମାରିବାରୁ ସେ ମରିଗଲା ପରେ ନଦୀ ରେ ଫିଙ୍ଗିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା । ହେଲେ ପୋଲିସ କୁଳକୁ ଯାଇ ଖୋଜାଖୋଜି କରିବା ପରେ ମଧ୍ୟ କୈାଣସି ସୁରାଗ ନମିଳିବାରୁ ତା ପରଦିନ ଓଡ୍ରାଫ ଟିମ ନଦୀ ରୁ ଖୋଜିବାପରେ ମଧ୍ୟ କୈାଣସି ସଫଳତା ମିଳିଲା ନାହିଁ । ପ୍ରବଳ ବନ୍ୟାଜଳ ନଦୀରେ ପ୍ରବାହିତ ଯୋଗୁଁ ଶବକୁ ବହୁ ଦୁରକୁ ନେଇ ଯାଇଥିବା ସଂଦେହ କରୁଥିବା ବେଳେ କାକା ଦେବରାଜ ପୋଟା କୁ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି ।