୪ ବର୍ଷର ଶିଶୁକୁ ସମ୍ପର୍କୀୟ ଦାଦାର ଦୁଷ୍କର୍ମ ଅଭିଯୋଗ,୧୫ ବର୍ଷୀୟ ନାବାଳକ ଅଭିଯୁକ୍ତକୁ ଉଠାଇନେଲା ପୋଲିସ

Published By : Prameya-News7 Bureau | December 06, 2020 IST

ଜୟପୁର ୦୬/୧୨ : ରାଜସ୍ଥାନର ଅଲଓ୍ବର ଜିଲ୍ଲାର ଥାନାଗାଜୀ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୪ ବର୍ଷର ଶିଶୁକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତଜଣକ ମଧ୍ୟ ଜଣେ ୧୫ ବର୍ଷର ନାବାଳକ । ଅଭିଯୁକ୍ତଜଣକ ଶିଶୁଟିର ପଡୋଶୀ ଏବଂ ସେ ଅଭିଯୁକ୍ତ ନାବାଳକକୁ ଦାଦା କହି ସମ୍ବୋଧିତ କରେ ।

ତେବେ ଅଭିଯୁକ୍ତ ନାବାଳକକୁ ପୋଲିସ ଧରିନେଇଛି । ଏସପି ତେଜସ୍ବିନୀ ଗୌତମ ରାତିରେ ହିଁ ପୀଡିତାଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ । ତେବେ ସେଠାରେ ଶିଶୁଟି ଘଟଣାବାବଦରେ କହିଥିଲା । ଶିଶୁଟି କହିଛି ଯେ, ଅଭିଯୁକ୍ତ ଦାଦା ଚାଷ ଜମି ବୁଲାଇ ନେବା ପାଇଁ କହି ନେଇଯାଇଥିଲେ । ସେଠାରେ ତାଙ୍କ ସହିତ ଦାଦା ଦୁଷ୍କର୍ମ କରିଥିବା କହିଥିଲେ । ତେବେ ଶିଶୁଟି କାନ୍ଦି କାନ୍ଦି ଆସି ଘରେ ସବୁକଥା କହିଥିଲେ ।

ଏହା ପରେ ପରିବାର ଲୋକ ପୋଲିସକୁ ଏବାବଦରେ ଖବର ଦେଇଥିଲେ । ତେବେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ଘଟଣାର ଅନୁସନ୍ଧାନ କରିବା ସହିତ ଅଭିଯୁକ୍ତ ନାବାଳକକୁ ଉଠାଇ ନେଇଥିଲା । ଦୁଷ୍କର୍ମ ଅଭିଯୁକ୍ତଜଣକ ଜଣେ ନବମ ଶ୍ରେଣୀର ଛାତ୍ର । ତେବେ ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.