ମାଇଁ ସହ ସମ୍ପର୍କ ଥିବା ସନ୍ଦେହରେ ଭଣଜାକୁ ହତ୍ୟା କଲା ମାମୁଁ

Published By : Prameya-News7 Bureau | October 27, 2019 IST

ସୁନ୍ଦରଗଡ ୨୭।୧୦ - ମାଇଁ ସହ ସମ୍ପର୍କ ଥିବା ସନ୍ଦେହରେ ଭଣଜାକୁ ହତ୍ୟା କଲା ମାମୁଁ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଲଣ୍ଡାବଗା ଗାଁ ରେ ଏହି ଲୋମ ହର୍ଷଣକାରୀ ଘଟଣା ଘଟିଯାଇଛି । ଭଣଜା କୁ ଟାଙ୍ଗିଆରେ ହାଣି ମାମୁଁ ହତ୍ୟା କରିଛି ।

ମୃତ ଭଣଜା ହେଲେ ରେଙ୍ଗାଲୀ ର ଗଣେଶ ତନ୍ତୀ । ଅଭିଯୁକ୍ତ ମାମୁଁ ଲଣ୍ଡାବଗା ଗାଁର ଶାନ୍ତନୁ ଏରଗାଲ ଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।ଘରୋଇ କଲହ ଓ ସମ୍ପର୍କକୁ ନେଇ ସନ୍ଦେହ ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.