ବାରମ୍ବାର ଝିଆରୀକୁ ଦୁଷ୍କର୍ମ କରିବାପରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ପିଉସା ବିଷ ଦେଇ ମାରିଦେଇଥିବା ଅଭିଯୋଗ, ପୋଲିସ ତଦନ୍ତରେ ଶିଥିଳତା

Published By : Prameya-News7 Bureau | May 15, 2019 IST

ନୟାଗଡ୧୫|୫: କଲେଜ ପଢୁଆ ଝିଅର ମୃତ୍ୟୁ ପରେ ଭାଙ୍ଗିପଡିଛନ୍ତି ନୟାଗଡର ସୁଷମା ଦାସ ଓ ରବିନାରାୟଣ ଦାସ । ପୋଲିସର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ମିଳୁନଥିବା ଅଭିଯୋଗ କରିଛନ୍ତି । ପିଉସା ହିଁ ଝିଅର ମୃତ୍ୟୁର କାରଣ ବୋଲି ଝିଅର ମା’ ବାପା ଅଭିଯୋଗ କରୁଥିବାବଳେ ପିଉସା କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି। ସେପଟେ ତଦନ୍ତ ଚାଲିଥିବା କହିଛି ପୋଲିସ ।   

{"id":112081}

ଝିଅ ମୃତ୍ୟୁକୁ ୨ ମାସ ବିତିଲାଣି । ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି । ଏକମାତ୍ର ଝିଅର ଫଟୋକୁ ଦେଖି ରାତି ଦିନ ଲୁହ ଗଡାଉଛନ୍ତି । ଏଯାଏ ଦୋଷୀ ଗିରଫ ହୋଇନଥିବାରୁ ମନରେ କ୍ଷୋଭ । ବାଙ୍କି ଚର୍ଚ୍ଚିକା ସାହିର ରବି ନାରାୟଣ ଦାସ ଏବଂ ସୁଷମା ଦାସଙ୍କ ଏକମାତ୍ର ଝିଅ ଥିଲେ ତେଜସ୍ବନୀ । ନୟାଗଡ ଜିଲ୍ଲା ଭାପୁରରେ ପିଉସୀ ଘରେ ରହି ଭାପୁର କଲେଜରେ ଯୁକ୍ତ ଦୁଇ ପଢୁଥିଲେ । ଗତ ମାର୍ଚ୍ଚ ୧୨ରେ ବିଷକ୍ରିୟା ଯୋଗୁଁ ଭୁବନେଶ୍ବର ଏମ୍ସରେ ତେଜସ୍ବିନୀଙ୍କ ମୃତ୍ୟୁ ହୋଇଥିଲା ।ମୃତ୍ୟୁ ପାଇଁ ପିଉସା ରବୀନ୍ଦ୍ର ପଣ୍ଡାଙ୍କୁ ଦାୟୀ କରିଛନ୍ତି ରବି ନାରାୟଣ ଓ ସୁଷମା । ପିଉସା ବାରମ୍ବାର ଦୁଷ୍କର୍ମ କରିବା ଏବଂ ଘଟଣା ପ୍ରଘଟ ଭୟରେ ଜୋରଜବରଦସ୍ତ ଝିଅକୁ ବିଷ ପିଆଇ ହତ୍ୟା କରାଯାଇଥିବା ରବିନାରାୟଣ ଅଭିଯୋଗ କରିଛନ୍ତି ।

{"id":112082}

ଅଭିଯୋଗକୁ କିନ୍ତୁ ଅସ୍ବୀକାର କରିଛି ପିଉସା ରବୀନ୍ଦ୍ର ପଣ୍ଡା । ତାଙ୍କୁ ଏବଂ ତାଙ୍କ ପରିବାରକୁ ଫସାଇବା ପାଇଁ ଏଭଳି ଚକ୍ରାନ୍ତ କରାଯାଇଥିବା ସେ କହିଛନ୍ତି । ଝିଅ ବିରୋଧରେ ସେ ପାଲଟା ଅଭିଯୋଗ ଆଣିଛନ୍ତି । ସେପଟେ ପୋଲିସ ଅଭିଯୋଗ ପାଇବା ପରେ ପ୍ରାଥମିକ ତଦନ୍ତ କରିଛି । ନିଜେ ଏହାର ତଦନ୍ତ ଦାୟିତ୍ବ ନେଇଥିବା ଅତିରିକ୍ତ ଏସ୍.ପି. କହିଛନ୍ତି ।

{"id":112084}

ଝିଅର ମୃତ୍ୟୁକୁ ନେଇ ବିଭିନ୍ନ ଅଭିଯୋଗ କରୁଥିଲେ ମଧ୍ୟ ଘଟଣା ଘଟିବାର ୨୫ ଦିନ ପର୍ଯ୍ୟନ୍ତ ପରିବାର ଲୋକ କାହଁକି ଥାନାରେ ଅଭିଯୋଗ କରିନଥିଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ଆବଶ୍ୟକ ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.