ସଂପର୍କୀୟ ପୁତୁରାକୁ କୂଅରେ ଠେଲି ହତ୍ୟା କଲା ଦାଦା, ଅଭିଯୁକ୍ତ ଥାନାରେ ଅଟକ

Published By : Prameya-News7 Bureau | January 21, 2020 IST

କଣ୍ଟାବାଞ୍ଜି ୨୧।୧: ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସମ୍ପର୍କୀୟ ବୃଦ୍ଧ ପୁତୁରାକୁ କୂଅରେ ପକାଇ ହତ୍ୟା କରିଛି ଦାଦା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ହତ୍ୟାକାରୀକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

{"id":214104,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୃଦ୍ଧ ପୁତୁରା ଜଗଦାନନ୍ଦ ବେହେରା ତାଙ୍କ ଘର ପାଖରେ ଥିବା କୂଅ ବାହାରେ ଛିଡ଼ା ହୋଇଥିଲେ । ସେହି ସମୟରେ ସମ୍ପର୍କୀୟ କକା ବାଙ୍କ ବେହେରା ତାଙ୍କୁ କୂଅରୁ ପାଣି କାଢିବାକୁ କହିଥିଲେ । ବୃଦ୍ଧ ଜଣଙ୍କ କୁଅରୁ ପାଣି କାଢିବା ସମୟରେ ସେ ପଛରୁ ଠେଲି କୂଅରେ ପକାଇ ନିଜେ କୂଅରେ ଡେଇଁ ପଡିଥିଲେ । ବୃଦ୍ଧ ଜଣଙ୍କ ଚିତ୍କାର କରିବା ପରେ ଆଖ ପାଖରେ ଥିବା ତାଙ୍କ ସଂପର୍କୀୟ ଜମା ହୋଇ କୂଅରୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ବାଙ୍କ ବୃଦ୍ଧଙ୍କୁ ପାଣିରେ ଚାପି ଦେଇ ହତ୍ୟା କରିଥିଲେ । ଯିଏ କୂଅ ଭିତରକୁ ଆସିବାକୁ ଚେଷ୍ଟା କରିବ ତାକୁ ମଧ୍ୟ ହତ୍ୟା କରିବି ବୋଲି ବାଙ୍କ ଧମକ ଦେଲା ପରେ ଆଉ କେହି କୂଅ ପାଖକୁ ଯିବାକୁ ସାହସ କରିନଥିଲେ ।

{"id":214105,"sizeSlug":"large"}

ପରେ ବଙ୍ଗୋମୁଣ୍ଡା ପୋଲିସ ଘଟଣାର ଖବର ପାଇ ବଙ୍ଗୋମୁଣ୍ଡା ଦମକଳ ବାହିନୀର ସାହାଯ୍ୟରେ ବୃଦ୍ଧଙ୍କ ମୃତ ଶରୀରକୁ ବାହାର କରିବା ସହ ବାଙ୍କକୁ ମଧ୍ୟ କୂଅରୁ ବାହାର କରି ଥାନାକୁ ନେଇ ଯାଇଥିଲେ । ବାଙ୍କଙ୍କ ମାନସିକ ସ୍ଥିତି ଠିକ୍ ନଥିବା ବେଳେ ୨୦୧୪ରେ ଝଳିପଦର ଗାଁରେ ଜଣେ ନାବାଳକକୁ ପୋଖରୀରେ ଚାପି ହତ୍ୟା କରିଥିଲେ । ସେ ସମୟରେ ଏହା ନରବଳୀ ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା । ଏହି ଅଭିଯୋଗରେ ବାଙ୍କ ଜେଲ୍ ମଧ୍ୟ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.