ଜମି ବିବାଦକୁ କେନ୍ଦ୍ର କରି ପୁତୁରାକୁ ହାଣିଲା କକା ; ଜଣେ ପୁତୁରା ମୃତ, ଜଣେ ଗୁରୁତର
25/06/2019 at 3:06 PM

କଳାହାଣ୍ଡି ୨୫|୬: କଳାହାଣ୍ଡିରେ ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । କାକା ଟାଙ୍ଗିଆ ଚୋଟରେ ପୁତୁରା ମୃତ୍ୟୁ ହୋଇଥିବାବେଳେ ବଡ ଭାଇ ଗୁରୁତର ହୋଇଛନ୍ତି ।
କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଥାନା ସାପମୁଣ୍ଡି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଫଗୁନି ମାଝୀ ଏବଂ ବାରୁ ମାଝୀଙ୍କ ମଧ୍ୟରେ ଜମିବାଡି ବିବାଦକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଫଳରେ ଫଗୁନି ମାଝୀ ଉତ୍ୟକ୍ତ ହୋଇ ବାରୁ ମାଝୀ ଏବଂ ତାଙ୍କ ସାନ ଭାଇ ସମ୍ବରୁ ମାଝୀଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ସମ୍ବରୁ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ବାରୁ ମାଝୀ ଗୁରୁତର ହୋଇଛନ୍ତି । ବାରୁଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ କାକା ଫଗୁନୁ ମାଝୀଙ୍କୁ ଅଟକ ରଖିଛି ପୋଲିସ ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021