ଜମିବାଡି ବିବାଦ ହେଲା କାଳ : ଦାଦାର ଠେଙ୍ଗା ମାଡରେ ପୁତୁରା ମୃତ, ଅଭିଯୁକ୍ତ ଫେରାର
16/01/2021 at 3:46 PM

ନୂଆପଡା ୧୬।୧: ଜମି ବିବାଦ ହେଲା କାଳ । ଦାଦାର ଠେଙ୍ଗା ମାଡରେ ପୁତୁରା ମୃତ । ନୂଆପଡା ଜିଲ୍ଲା ସିନାପାଲି ଥାନା ଗମ୍ଭାରୀଗୁଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ଥାନା ଗମ୍ଭାରୀଗୁଡା ଗ୍ରାମର ଦାଦା ଓ ପୁତୁରଙ୍କ ମଧ୍ୟରେ ବହୁ ଦିନରୁ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା । ଶନିବାର ଉଭୟଙ୍କ ମଧ୍ୟରେ ଏହି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାଟିତୁଣ୍ଡ ଏତେ ବଢି ଯାଇଥିଲା ଯେ, ପୁତୁରା ନନ୍ଦ କିଶୋର ଖର୍ସେଲଙ୍କୁ ଦାଦା ପାଖରେ ପଡିଥିବା ଏକ ଠେଙ୍ଗାରେ ଶକ୍ତ ପ୍ରହାର ଦେଇଥିଲେ । ଫଳରେ ସେଠାରେ ହିଁ ପୁତୁରା ଟଳି ପଡିଥିଲେ ।
ତେବେ ଘଟଣା ପରେ ଅଭିଯୁକ୍ତ ଦାଦା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫେରାର ଥିବା ଅଭିଯୁକ୍ତ ଦାଦାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।