ଭାଣିଜୀର କାଠ ଫାଳିଆ ମାଡରେ ମାମୁଁର ମୃତ୍ୟୁ, ଭାଣିଜୀ ଗିରଫ

Published By : Prameya-News7 Bureau | July 20, 2019 IST

ବାଲେଶ୍ବର ୨୦|୭: ଭାଣିଜୀର କାଠ ଫାଳିଆ ମାଡରେ ମାମୁଁର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ସାହାଦା ଗାଁରେ ଏହି ଘଟଣା ଘଟିଛି ।

{"id":135574}

ସୂଚନାଯୋଗ୍ୟ ଯେ, ଭାଣିଜୀର ବୁଲା ବୁଲି ଏବଂ ଅନ୍ୟ ଲୋକଙ୍କ ସହ ସଂପର୍କ ରଖିବାକୁ ନେଇ ତାଙ୍କ ସ୍ବାମୀ ମାମୁଁ ତିଲି ସିଂଙ୍କୁ ଜଣାଇଥିଲେ । ତିଲି ରାଗିଯାଇ ଭାଣିଜୀ ଘରକୁ ଯାଇ ଗାଳିଗୁଲଜ କରିଥିଲେ । ଏଥିରେ ଭାଣିଜୀ ଗୁରୁବାରୀ ସୋରେନ ମଧ୍ୟ ଉତ୍ତ୍ୟକ୍ତ ହୋଇ ମାମୁଁ ସହ ମୁହାଁମୁହିଁ ହୋଇଥିଲେ । ଦୁଇ ଜଣଙ୍କ ଭିତରେ କଳି ବଢି ଯାଇଥିଲା । ଉତ୍ତ୍ୟକ୍ତ ହୋଇ ଭାଣିଜୀ ଗୁରୁବାରୀ ପାଖରେ ପଡିଥିବା କାଠ ଫାଳିଆ ଆଣି ମାମୁଁ ମୁଣ୍ଡକୁ ପିଟି ଚାଲିଥିଲା । ମାଇଁ ଲକ୍ଷ୍ମୀ ସିଂ ବିରୋଧ କରିବାକୁ ଆସିଥିବାବେଳେ ତାଙ୍କୁ ମଧ୍ୟ ଭାଣିଜୀ ଗୁରୁବାରୀ ପିଟିଥିଲା ।

{"id":135575}

ତିଲି ସିଂଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ବାଲେଶ୍ବର ମେଡିକାଲକୁ ନେଇଥିବାବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଚାନ୍ଦିପୁର ଥାନା ପୋଲିସ ଭାଣିଜୀକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.