ବିଦ୍ୟୁତ୍ ତାର ଲାଗି ଭଣଜାର ମୃତ୍ୟୁ ପରେ ଶବକୁ ପୋଡିଦେଲା ମାମୁଁ, ଗିରଫ କଲା ପୋଲିସ

Published By : Prameya-News7 Bureau | September 28, 2020 IST

ଆନନ୍ଦପୁର ୨୮।୯: ବନ୍ୟଜନ୍ତୁ ପାଇଁ ବାଡ କଡରେ ଇଲେକ୍ଟ୍ରିକ୍ ତାର ଝୁଲାଇଥିଲା ମାମୁଁ । ଆଉ ସେହି ତାର ଲାଗି ଭଣଜାର ହେଲା ମୃତ୍ୟୁ । ଦୋଷ ଲୁଚାଇବାକୁ ଯାଇ ଘର ଲୋକଙ୍କୁ ନଜଣାଇ ମୃତଦେହ ପୋଡି ପୋଡିଦେଲା ମାମୁଁ । ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ମାମୁଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

{"id":335774,"sizeSlug":"large"}

ସୂଚନାଯୋଗ୍ୟ ଯେ, ଘସିପୁରା ଥାନା କେନ୍ଦୁଆ ଗ୍ରାମରେ ଗତ ୨୪ ତାରିଖ ରାତିରେ ନିଜ ନାବାଳକ ଭଣଜା ଶିବ ଚରଣ ନାୟକଙ୍କ ମୃତଦେହକୁ ଘର ଲୋକଙ୍କ ଅଜାଣତରେ ପୋଡି ଦେଇଥିଲା ମାମୁଁ ଗୋପାଳ ପଲ୍ଲେଇ । ଏହି ଘଟଣା ଗାଁରେ ଆଲୋଚନା ହେବା ପରେ ଗ୍ରାମରକ୍ଷୀଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ମାମୁଁ ଗୋପାଳକୁ ଅଟକ ରଖିଥିଲା । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଭଣଜା ଶିବର ମୃତ୍ୟୁ ଘଟିଥିଲା ଏବଂ କାହିଁକି ଗୋପାଳ କହାକୁ ନ ଜଣାଇ ଭଣଜାର ମୃତଦେହକୁ ପୋଡିଦେଲା ସେ ରହସ୍ୟରୁ ପରଦା ଉଠାଇଛନ୍ତି ଗୋପାଳଙ୍କ ମା’ ମୋତି ପଲ୍ଲେଇ ।

{"id":335775,"sizeSlug":"large"}

ତାଙ୍କ କହିବା ଅନୁସାରେ ଗୋପାଳ ବନ୍ୟ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଜ ଘର ବାଡ ନିକଟରେ ଖୋଲା ଇଲେକ୍ଟ୍ରିକ୍ ତାର ଝୁଲାଇଥିଲା । ଘଟଣା ଦିନ ସନ୍ଧ୍ୟାରେ ଶିବ ଖେଳୁ ଖେଳୁ ଉକ୍ତ ତାର ସଂସ୍ପର୍ଶରେ ଆସିଯିବାରୁ ତାର ମୃତ୍ୟୁ ଘଟିଥିଲା । ନିଜ ଦୋଷକୁ ଲୁଚାଇବାକୁ ଯାଇ ସେ ତରବରିଆ ଭାବେ ମୃତଦେହକୁ ପୋଡି ପକାଇଥିଲା । ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ଛାନଭିନ୍ କରିଛି ।  ଅଟକ ଅଭିଯୁକ୍ତ ଗୋପାଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ଘସିପୁରା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.