Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସମ୍ପତ୍ତି ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ : ଜମି ବିବାଦରୁ ଦାଦା ଓ ଖୁଡିକୁ ମାରିଦେଲା ପୁତୁରା

6/06/2020 at 7:45 AM

କଣ୍ଟାବାଞ୍ଜି ୬।୬: ଦୀର୍ଘ ଦିନରୁ ପାରିବାରିକ ଜମିବାଡ଼ି କଳହ ହତ୍ୟାକାଣ୍ଡର ରୂପ ନେଇଛି । ନିଜ ଦାଦା ଓ ଖୁଡିକୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫିଙ୍ଗି ଦେଲା ପୁତୁରା । ଏଭଳି ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା କୁଟୁରାବେଡ଼ା ଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁରେ ରହୁଥିବା ତ୍ରିଲୋଚନ ନାଗଙ୍କ ପରିବାରର ତାଙ୍କ ପୁତୁରା କୁଶ ନାଗଙ୍କ ସହ ଦୀର୍ଘ ବର୍ଷରୁ ଜମିକୁ ନେଇ ବିବାଦ ରହିଥିଲା । ଜମି ବିବାଦ ଦିନକୁ ଦିନ ଦୁଇ ପରିବାର ମଧ୍ୟରେ ବଢି ବଢି ଚାଲିଥିଲା ।

ଶୁକ୍ରବାର ରାତିରେ ତ୍ରିଲୋଚନ ଗାଁରେ ତାସ ଖେଳୁଥିବା ସମୟରେ ଅଚାନକ ପୁତୁରା କୁଶ ଆସି ଝଗଡା ଆରମ୍ଭ କରିଥିଲା । ପୂର୍ବରୁ ହତ୍ୟା ଯୋଜନା କରିଥିବା ପୁତୁରା କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏହି ଖବର ପାଇ ତ୍ରିଲୋଚନଙ୍କ ସ୍ତ୍ରୀ ବିରୋଧ କରିବାକୁ କୁଶ ପ୍ରଥମେ ନିଜ ଦାଦାକୁ ହତ୍ୟା କରିବା ପରେ ଖୁଡିକୁ ହତ୍ୟା କରି ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ନେଇ ଗାଁରେ ଥିବା ଏକ କୁଅରେ ଫିଙ୍ଗି ଦେଲା ।

ପୋଲିସ ଘଟଣାର ଖବର ପାଇ ହତ୍ୟାକାରୀ କୁଶକୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି । ତେବେ ମୃତକଙ୍କ ଝିଅ ଏହି ହତ୍ୟା ପଛରେ କୁଶର ପରିବାର ଥିବାବେଳେ ପୂର୍ବରୁ ମଧ୍ୟ ହତ୍ୟା କରିବାକୁ ଆକ୍ରମଣ କରିଥିଲା ବୋଲି କହିଛନ୍ତି । ଏ ଘଟଣାକୁ ନେଇ ବଙ୍ଗୋମୁଣ୍ଡା ଥାନା ମାମଲା ଥିବାବେଳେ କୁଶ ଜେଲ୍ ଯାଇ ଜାମିନରେ ଆସିଥିଲେ ।

   Related Posts