କୁଆଡେ ଗଲେ ମାଆ-ଝିଅ, ୩ ଦିନ ପରେ ବି ମିଳୁନି ପତ୍ତା : କାକା ଆଣିଲେ ଗୁରୁତର ଅଭିଯୋଗ, ‘ମୋ ଝିଆରୀକୁ ଦିଆଯାଉଥିଲା ନିର୍ଯାତନା’
1/07/2020 at 4:38 PM

ସମ୍ୱଲପୁର ୦୧।୦୭: ସମ୍ବଲପୁର ମହାନଦୀ ଦ୍ୱିତୀୟ ସେତୁରେ ମାଆ- ଝିଅ ନିଖୋଜ ଘଟଣାକୁ ଇତିମଧ୍ୟରେ ତିନି ଦିନ ବିତିଲାଣି, କିନ୍ତୁ ପୋଲିସର ହାତ ଖାଲି । ଓଡ୍ରାଫ୍ଟ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରଖିଛନ୍ତି । ସେପଟେ ଝିଅକୁ ପୂର୍ବରୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିବା ନିଖୋଜ ମହିଳାଙ୍କ କାକା ଅଭିଯୋଗ କରିଛନ୍ତି |
ଗୋଟିଏ ଦିନରେ ଜନ୍ମ ହୋଇଥିବାରୁ ମନେ ପକାଇ କାନ୍ଦି ପକାଉଛି ଭାଇ । ପୂଜା ଅଗ୍ରଓାଲ ନିଖୋଜ ଘଟଣାକୁ ୩ ଦିନ ବିତିଗଲା ହେଲେ ନା ରହସ୍ୟ ଉନ୍ମୋଚନ ହୋଇ ପାରିଲା ନା ପୋଲିସ କିଛି ସୁରାକ ପାଇଲା । ତେବେ ଜୁଲାଇ ୧ ତାରିଖ ପୂଜା ଓ ବଡବାପା ପୁଅ ଭାଇ ଅନିଲଙ୍କ ଜନ୍ମ ଦିନ । ତେଣୁ ଆଜି ଜନ୍ମ ଦିନରେ ନିଖୋଜ ସ୍ଥଳରେ ଭଉଣୀର ଫେରିବା ବାଟକୁ ଚାହିଁ ବସିଛି ଭାଇ । ଭଉଣୀ ସହିତ ବିତାଇଥିବା କିଛି ପିଲାଦିନ କଥା ମନେ ପକାଇ ଭାବ ବିହୁଲ ହୋଇଯାଇଛି ଭାଇ ଅନିଲ । ଏପଟେ ଉଭୟ ପରିବାର କିଛି କହିପାରୁନଥିବା ବେଳେ ପୂଜା ନିଖୋଜ ଘଟଣାର ରହସ୍ୟ ଦିନକୁ ଦିନ ରହସ୍ୟ ଭିତରକୁ ଠେଲି ହୋଇଯାଉଛି । ସେପଟେ ଘଟଣା ନେଇ ପୂଜାଙ୍କ ମାଆ ବାପା କେହି ମୁହଁ ଖୋଲି ନଥିବାବଳେ ପୂଜାଙ୍କ କାକା ମୁହଁ ଖୋଲିଛନ୍ତି । ପୂଜାର ସୁନ୍ଦରତାକୁ ନେଇ ଜ୍ବାଇଁ ଆଗରୁ ଅନେକ ଥର ନିର୍ଯାତନା ଦେଇଥିବା ପୂଜାର ମାଁଙ୍କଠୁ ମୁଁ ଶୁଣିଛି ବୋଲି କହିଛନ୍ତି ।
ଘଟଣା ଦିନ ହିଁ ଶେଷଥର ନିଜ ନାତୁଣୀଙ୍କ ସହ କଥା ହୋଇଥିବା କୋହଭରା କଣ୍ଠରେ କହିଛନ୍ତି ନିଖୋଜ ପୂଜାଙ୍କ ଶ୍ୱଶୁର । ଏହା ସହ ପୂଜା ସେହିଦିନ ତାଙ୍କ ସ୍ୱାମୀଙ୍କ ସହ ୧୨ଟାରେ କଥା ହୋଇଥିବା ପୂଜାଙ୍କ ଶ୍ୱଶୁର କହିଛନ୍ତି । ତେବେ ପୂଜାଙ୍କ ବାପଘର କଥା ଅନୁସାରେ ପୂଜା ୧୧ଟା ପରେ ଘରୁ ବାହାରିଛନ୍ତି । ଯଦି ଶ୍ୱଶୁରଙ୍କ କଥାକୁ ଧରାଯାଏ ତେବେ ତାଙ୍କ ସ୍ୱାମୀଙ୍କ ସହ ପୂଜା ୧୨ଟାରେ କଥା ହୋଇଛନ୍ତି । ତେବେ ଏଥିରୁ ନିଶ୍ଚିତ ଯେ ପୂଜା ଓ ତାଙ୍କ ସ୍ୱାମୀଙ୍କ କଥାବାର୍ତା ପରେ ପୂଜା ଏଭଳି ଏକ ପଦକ୍ଷେପ ନେଇଛନ୍ତି । ତେବେ ତାଙ୍କ ସ୍ୱାମୀଙ୍କ ସହ ପୂଜା କଣ କଥା ହୋଇଥିଲେ ଓ ତାହା ପରେ କାହା ସହିତ କଥା ହୋଇଛନ୍ତି ତାର ଖୋଳତାଡ ଆରମ୍ଭ କଲାଣି ପୋଲିସ । କୁହାଯାଉଛି ପୋଲିସ ପୂଜାଙ୍କ କଲ୍ ଡିଟେଲ୍ସ ଆଣି ରସହ୍ୟ ଉନ୍ମୋଚନ କରିବ । ହେଲେ ପୂଜାଙ୍କୁ ନିର୍ଯାତନା କଥାକୁ ନେଇ କିଛି ଜାଣିନଥିବା କହିଛନ୍ତି ପୂଜାଙ୍କ ଶ୍ୱଶୁର ।