କଟକରେ ବାଣ ବିକ୍ରି ନେଇ ଅନିଶ୍ଚିତତା : ମତ ବଦଳାଇଲେ ଡିସିପି, କହିଲେ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା

Published By : Prameya-News7 Bureau | November 03, 2020 IST

କଟକ ୩।୧୧: କଟକରେ ବାଣ ବିକ୍ରି ପ୍ରସଙ୍ଗରେ ମତ ବଦଳାଇଲେ ଡିସିପି ପ୍ରତୀକ ସିଂ । ସୋମବାର କହିଥିଲେ କଟକରେ ଖୋଲିବ ବାଣ ଦୋକାନ । ମଙ୍ଗଳବାର କହିଛନ୍ତି ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା । ଦୋକାନ ଖୋଲିବା ପାଇଁ ପୋଲିସ ପାଖରେ ବ୍ୟବସାୟୀ ଆବେଦନ କରିଛନ୍ତି । କଟକ କମିଶନରେଟ୍ ପୋଲିସ ଏ ନେଇ କୌଣସି ନିଷ୍ପତ୍ତି ନେଇ ନଥିବା ଡିସିପି କହିଛନ୍ତି ।

ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିବ ବୋଲି ସୋମବାର ଦିନ ଡିସିପି ସୂଚନା ଦେଇଥିଲେ । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ ବୋଲି କହିଥିଲେ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ବୋଲି ଡିସିପି କହିଥିଲେ ।

ଅନ୍ୟପଟେ କଟକରେ ଦୂର୍ଗା ପୂଜା ଭଳି ପାଳିତ ହେବ କାଳୀ ପୂଜା । କୋଭିଡ୍ କଟକଣା ମଧ୍ୟରେ ସହରରେ ଯେଉଁଭଳି ଦଶହରା ପାଳିତ ହୋଇଥିଲା ସେଭଳି ଭାବେ କାଳୀପୂଜା ମଧ୍ୟ କରାଯିବ । ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇ ବିସର୍ଜନ କରାଯିବ । ସୁରକ୍ଷା ଦୃଷ୍ଟିରୁ ସହରରେ କାଳୀ ପୂଜା ସମୟରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ୫୦ ଜଣ ଅଫିସର ମଧ୍ୟ ନିୟୋଜିତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.