ଅନିଶ୍ଚିତତା ଭିତରେ ରାଜ୍ୟ ପୌର ନିର୍ବାଚନ : ସରକାର ଜାଣି ଶୁଣି ନିର୍ବାଚନ କରୁ ନାହାନ୍ତି ବୋଲି ଅଭିଯୋଗ କଲେ ବିରୋଧୀ, ମନ୍ତ୍ରୀ କହିଲେ ଠିକ ସମୟରେ ହେବ

Published By : Prameya-News7 Bureau | August 08, 2019 IST

ଭୁବନେଶ୍ବର୮|୮; ଅନିଶ୍ଚିତତା ଭିତରେ ପୌର ନିର୍ବାଚନ । ରାଜ୍ୟର ୧୦୨ଟି ପୌର ସଂସ୍ଥାର ଅବଧି ସରିଥିଲେ ବି କେବେ ନିର୍ବାଚନ ହେବ ସେନେଇ ସରକାର କି ନିର୍ବାଚନ କମିଶନଙ୍କ ପକ୍ଷରୁ କୈଣସି ପଦକ୍ଷେପ ନିଆଯାଉ ନାହିଁ । ନୂଆ ନିୟମ ପ୍ରଣୟନ ଓ ଆଇନ ସଂଶୋଧନ ଆଳ ନେଇ ସରକାର ନିର୍ବାଚନକୁ ଟାଳି ଚାଲିଛନ୍ତି । ସେପଟେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖି କମିଶନ ତାଙ୍କ କାମ ସାରିଛନ୍ତି । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାର ଜାଣି ଶୁଣି ନିର୍ବାଚନ କରୁ ନାହାନ୍ତି ବୋଲି କହିଛନ୍ତି । ସେପଟେ ନଗର ଉନ୍ନୟନ ମନ୍ରୀ କହୁଛନ୍ତି ଠିକ ସମୟରେ ନିର୍ବାଚନ ହେବ ।

କେବେ ହେବ ପୌର ନିର୍ବାଚନ । କାହିଁକି ନିର୍ବାଚନ କରିବାକୁ ଟାଳୁଛନ୍ତି ରାଜ୍ୟ ସରକାର । ରାଜ୍ୟର ୧୧୪ ପୌରସଂସ୍ଥାରୁ ୧୦୧ ପୌରସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନାହାନ୍ତି । ୨୦୧୮ ସେପ୍ଟମ୍ବରରେ ୩୦ରେ ବ୍ରହ୍ମପୁର ମହାନଗର ନିଗମ ସହ ୬୫ଟି ପୌର ସଂସ୍ଥାର ନିର୍ବାଚନ ସମୟସୀମା ସରିଛି ତା ପଛକୁ ଆହୁରୀ ୩୫ ପୌର ସଂସ୍ଥାର କାର୍ଯ୍ୟକାଳ ବି ସରିଯାଇଛି ।ମୋଟ ୧୧୪ରୁ ୧୩ରେ ନିର୍ବାଚିତ ପ୍ରତିନିଧି ଥିବା ବେଳେ ବାକି ୧୦୧ରେ  ନିର୍ବାଚିତ ପ୍ରତିନିଧିଙ୍କ ବିନା ପ୍ରଶାସକଙ୍କ ଦ୍ବାରା ଚାଲିଛି ପୌରାଞ୍ଚଳରେ ଉନ୍ନୟନ କାମ ।

ହେଲେ ସଂରକ୍ଷଣ ପ୍ରତିଶତକୁ ନେଇ ଆଇନଗତ ଅଡୁଆ ଥିଲା । ଏସସି , ଏସଟି , ଓବିସି ଓ ମହିଳାଙ୍କ ସରକ୍ଷଣକୁ ମିଶାଇ ୫୦ ପ୍ରତିଶତରୁ ଅଧିକ ଥିବା ଯୋଗୁଁ ଆଇନ ଗତ ଲଢେଇ ଲଢୁଥିଲେ ସରକାର । ସୁପ୍ରିମକୋର୍ଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବନି ବୋଲି ନିର୍ଦ୍ଦେଶ ଦେଇ ସାରିଛନ୍ତି । ଯେଉଁଥିପାଇଁ ନିର୍ବାଚନ ହୋଇପାରୁନି ବୋଲି ସରକାର କହୁଛନ୍ତି ତେଣେ ବିରୋଧୀ ଏଥିପାଇଁ ସରକାରଙ୍କ ଅନିଚ୍ଛା ବୋଲି ବଖାଣିଛନ୍ତି।

ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ ହେବନି ବୋଲି  ସୁପ୍ରିମକୋର୍ଟଙ୍କ ରାୟ ପରେ ସରକାର ପ୍ରକ୍ରିୟା ଆରମ୍ଭ କରିବା କଥା । ସଂରକ୍ଷଣ ସଂପର୍କୀତ ଆଇନ ସଂଶୋଧନ କରିବା ସହ ରୁଲ ଫ୍ରେମ କରିବା ଓ ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ କରିବା କଥା । ବିଧାନସଭାରେ ସଂଶୋଧନ ପ୍ରସ୍ତାବ ବି ପାରିତ ହେବ କଥା । ହେଲେ ଚଳିତ ବିଧାନସଭାରେ ସରକାର ପୌରପରିଷଦ ସଂଶୋଧନ ଆଇନ ଆଣିଲେନି ।

ସେପଟେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ସହ ଏହା କେତେ ଦୂର ଆଗେଇଲା ସେନେଇ ରାଜ୍ୟ ନିର୍ବାଚନ କମିଶନ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖି କାମ ସାରିଦେଇଛି । ହେଲେ ବିଶେଷଜ୍ଞଙ୍କ କହିବା କଥା କମିଶନ ଚାହିଁଲେ ସରକାରଙ୍କୁ ତାଗିତ କରିପାବେ ଓ କୋର୍ଟଙ୍କୁ ଅବଗତ କରିବାର କ୍ଷମତା ରହିଛି ।ସେପଟେ ନଗର ଉନ୍ନୟନମନ୍ତ୍ରୀ କହିଛନ୍ତି ଠିକ ସମୟରେ ନିର୍ବାଚନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.