‘ମୁଡିଜ୍’ ରେଟିଂରେ ଭାରତର ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ,Covid ଦ୍ୱିତୀୟ ଲହରରେ ଗୁରୁତର ପ୍ରଭାବିତ ହୋଇଛି ଅର୍ଥନୀତି

Published By : Prameya-News7 Bureau | June 23, 2021 IST

ମୁମ୍ବାଇ ୨୩।୬: ବୈଶ୍ୱିକ ଅର୍ଥବ୍ୟବସ୍ଥା ଉପରେ ନଜର ରଖୁଥିବା ମୁଡିଜ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ‘ମାଇକ୍ରୋ ଇକନୋମିକ୍ସ-ଇଣ୍ଡିଆ’ ରିପୋର୍ଟ ଜାରି କରିଛନ୍ତି। ଏଥିରେ ୨୦୨୧ରେ ଭାରତୀୟ ଅର୍ଥବ୍ୟବସ୍ଥାର ବୃଦ୍ଧି ହାର ୯.୬ ପ୍ରତିଶତ  ରହିବ ବୋଲି ଦର୍ଶାଇଛନ୍ତି। ତେବେ ପୂର୍ବରୁ ଏହି ହାର ୧୩.୯ ପ୍ରତିଶତ ପର୍ଯ୍ୟନ୍ତ ଉଠିପାରେ ବୋଲି ସମ୍ଭାବନା ବ୍ୟକ୍ତ କରିଥିଲେ। କରୋନା ଦ୍ୱିତୀୟ ଲହର ମୁକାବିଲା ଲାଗି ଦେଶର ପୃଥକପୃଥକ ଭାଗରେ ଲକଡାଉନ ଜାରି ହୋଇଥିଲା। ଯାହାର ଗୁରୁତର ପ୍ରଭାବ ଏବେ ଅର୍ଥ ବ୍ୟବସ୍ଥା ଉପରେ ଦେଖାଯାଉଥିବା ମୁଡିଜ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

{"id":470077,"sizeSlug":"large","linkDestination":"none"}

ରିପୋର୍ଟ ଅନୁସାରେ ଏବେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଦେଶରେ ଲୋକଙ୍କ କରୋନା ଟିକାକରଣ ଉପରେ ନିର୍ଭର କରିବ ବୋଲି କହିଛନ୍ତି। କାରଣ କୋଭିଡ ଦ୍ୱିତୀୟ ଲହର ଯୋଗୁ ଏପ୍ରିଲରୁ ମେ ମାସ ପର୍ଯ୍ୟନ୍ତ ଦେଶର ଏକ ବିସ୍ତୃତ ଅଞ୍ଚଳ ଲକଡାଉନରେ ଥିଲା। ମୁଡିଜଙ୍କ ଅନୁସାରେ ପରିସ୍ଥିତି ଏବେ ଅନିଶ୍ଚିତତା ସୃଷ୍ଟି କରିଛି। ଆଶା କରାଯାଉଛି ଆର୍ଥିକ କ୍ଷତି ଏପ୍ରିଲ-ଜୁନ ତ୍ରୈମାସିକ ମଧ୍ୟରେ ସୀମିତ ରହିବ। ୨୦୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥା ୯.୬ ପ୍ରତିଶତ ଅଭିବୃଦ୍ଧି ହାର ସହ ଆଗକୁ ଅଗ୍ରସର ହେବ।  ତେବେ ୨୦୨୨ରେ ଏହି ଅଭିବୃଦ୍ଧି ୭ ପ୍ରତିଶତ ହାରରେ ଆଗେଇବ ବୋଲି ଆକଳନ କରାଯାଉଛି।

{"id":470079,"width":837,"height":531,"sizeSlug":"large","linkDestination":"none"}

ମୁଡିଜଙ୍କ ଅନୁସାରେ ଜୁନ ତୃତୀୟ ସପ୍ତାହ ସୁଦ୍ଧା ଭାରତରେ ମୋଟ ୧୬ ପ୍ରତିଶତ ଜନସଂଖ୍ୟାର ଟିକାକରଣ ହୋଇଛି।  ଏଥିରୁ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅର୍ଥବ୍ୟବସ୍ଥାରେ ପ୍ରଗତି ଦେଖାଯାଇପାରେ ବୋଲି ଆଶା କରାଯାଉଛି। କାରଣ ଟିକାକରଣ ସହ ଆର୍ଥିକ ଗତିବିଧି ମଧ୍ୟ ବଢିବାରେ ଲାଗିବ। ତେବେ ଗତବର୍ଷ ତୁଳନାରେ ଏଥର କୋଭିଡ-୧୯ ଲହର କାଳରେ ଦେଶର ଆର୍ଥିକ କ୍ଷତି କମ୍‌ ରହିଛି। ହେଲେବି ମଧ୍ୟମ ଓ ନିମ୍ନ ଆୟାକାରୀ ବର୍ଗଙ୍କ ରୋଜଗାର ଗୁରୁତର ପ୍ରଭାବିତ ହୋଇଛି। ତେବେ ଗତବର୍ଷ ଆର୍ଥିକ ଅଭିବୃଦ୍ଧି ହାର ବିଯୁକ୍ତ ୭.୯ ପ୍ରତିଶତକୁ ଚାଲିଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.