କରୋନା ସନ୍ଦେହରେ ଗର୍ଭବତୀ ମହିଳାଙ୍କୁ ଭର୍ତ୍ତି କରିବାକୁ ମନା କରିଦେଲେ ୩ଟି ହସ୍ପିଟାଲ: ଗର୍ଭରେ ହିଁ ଚାଲିଗଲା ଜାଆଁଳା ଶିଶୁଙ୍କ ଜୀବନ

Published By : Prameya-News7 Bureau | September 28, 2020 IST

ମଲ୍ଲପୁରମ ୨୮/୦୯ : କେରଳରେ ହସ୍ପିଟାଲର ଅପାରଗତା ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି | କରୋନା ସଂକ୍ରମଣ ସନ୍ଦେହରେ ୩ଟି ହସ୍ପିଟାଲ ମହିଳାଙ୍କୁ ସ୍ଥାନ ମିଳିନଥିଲା | ଠିକ ସମୟରେ ମେଡିକାଲ ସୁବିଧା ନ ମିଳିବାରୁ ଗର୍ଭସ୍ଥ ଜାଆଁଳା ଶିଶୁଙ୍କ ମୃତ୍ୟୁ ହୋଇଛି | ମାମଲା କେରଳ ମଲପୁରମର |

{"id":335640,"sizeSlug":"large"}

ମହିଳାଙ୍କ ସ୍ୱାମୀ ଏନସି ସେରିଫ ନିଜ ଶିଶୁଙ୍କ ମୃତ୍ୟୁ ପାଇଁ ହସ୍ପିଟାଲର ଦାୟିତ୍ବହୀନତାକୁ ଦୋଷ ଦେଇଛନ୍ତି | ସେ କହିଛନ୍ତି ୨୦ ବର୍ଷ ବୟସ୍କା ସ୍ତ୍ରୀ ଶାହଲାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଶନିବାର ଭୋର ସାଢେ ୪ଟା ସମୟରେ ସେ ତାଙ୍କୁ ନେଇ ମଞ୍ଜରୀ ମେଡିକାଲ କଲେଜ ଗଲେ | କିନ୍ତୁ ସେଠାରେ ହସ୍ପିଟାଲ ପ୍ରଶାସନ ବେଡ଼ ନଥିବା କହି ମହିଳାଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲେ | ଏହାପରେ ସେ ଅନ୍ୟ ହସ୍ପିଟାଲ ଯାଇଥିଲେ | ଏମିତି ୩ଟି ହସ୍ପିଟାଲ ବୁଲିଲା ପରେ ମଧ୍ୟ ଶାହଲାଙ୍କୁ କୌଣସି ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରିନଥିଲା | ଶେଷରେ ସନ୍ଧ୍ୟା ସାଢେ ୬ଟା ସମୟରେ ମଞ୍ଜରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା | ରବିବାର ସନ୍ଧ୍ୟାରେ ସି-ସେକ୍ସନ ଡେ଼ଲିଭରୀ କରାଯାଇଥିଲା | କିନ୍ତୁ ସେତେବେଳେ ବହୁତ ବିଳମ୍ବ ହୋଇଯାଇଥିଲା | ଗର୍ଭରେ ହିଁ ଜାଆଁଳା ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା |

{"id":335641,"sizeSlug":"large"}

ଏନସି ସେରିଫ ଅଭିଯୋଗ କରିଛନ୍ତି ଯେ ସେପ୍ଟେମ୍ବରରେ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ | କିନ୍ତୁ ସେପ୍ଟେମ୍ବର ୧୫ ତାରିଖରେ ଦ୍ୱିତୀୟ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଥିଲା | ଏହାପରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା | ୧୮ ତାରିଖରେ ଡେ଼ଲିଭରୀ ପାଇଁ ଡାକ୍ତରଙ୍କୁ ପରାମର୍ଶ କରାଯାଇଥିଲା | କିନ୍ତୁ ଶନିବାର ଦିନ ଶାହଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ ସମୟରେ ଘରୋଇ ହସ୍ପିଟାଲ ଦ୍ୱିତୀୟ କରୋନା ରିପୋର୍ଟକୁ ଅସ୍ବୀକାର କରିଥିଲେ | ଏହି ଯାଞ୍ଚ ସରକାରୀ ହସ୍ପିଟାଲରେ କରାଯାଇଥିଲା | ଘରୋଇ ହସ୍ପିଟାଲ ପ୍ରସବ ପୂର୍ବରୁ ପୁଣି ଆରଟି-ପିସିଆର ଟେଷ୍ଟ କରିବାକୁ କହିଥିଲା | ଫଳରେ ବିଳମ୍ବ ଯୋଗୁଁ ମହିଳାଙ୍କ ଗର୍ଭରେ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା |

କେରଳ ମୁଖ୍ୟମନ୍ତ୍ରୀ କେକେ ଶୈଳଜା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି | ମାମଲାର ଯାଞ୍ଚ କରି ରିପୋର୍ଟ ହସ୍ତାନ୍ତର କରିବାକୁ ସେ ସ୍ଥାନୀୟ ସଚିବଙ୍କୁ ଆଦେଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.