Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ତୀର ମାରି ଗର୍ଭବତୀ ମହିଳାଙ୍କୁ ହତ୍ୟା କଲା ପୂର୍ବତନ ସ୍ବାମୀ, ବଂଚିଗଲା କିନ୍ତୁ ଗର୍ଭସ୍ଥ ଶିଶୁ

14/11/2018 at 5:02 PM

ଇଲଫର୍ଡ ୧୪|୧୧: କ୍ରସ୍ ବୋ ମାରି ଗର୍ଭବତୀ ମହିଳାଙ୍କୁ ହତ୍ୟା । ପୂର୍ବ ଲଣ୍ଡନର ଇଲଫର୍ଡରେ ଏମିତି ଅଭାବନୀୟ ଘଟଣା ଘଟିଛି । ୮ ମାସର ଗର୍ଭବତୀ ଭାରତୀୟ ବଂଶୋଦ୍ଭବଙ୍କୁ କ୍ରସ୍ ବୋ ମାରି ହତ୍ୟା କରିଛନ୍ତି ତାଙ୍କ ପୂର୍ବତନ ସ୍ବାମୀ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସୌଭାଗ୍ୟବଶତଃ ବଞ୍ଚି ଯାଇଛି ଗର୍ଭରେ ଥିବା ସନ୍ତାନ । ଅସ୍ତ୍ରୋପଚାର କରି ପିଲାଟିକୁ ବାହାର କରିଛନ୍ତି ଡାକ୍ତର ।

ନୃସଂଶତାର ସୀମା ଟପିଲେ ମହିଳାଙ୍କ ପୂର୍ବତନ ସ୍ବାମୀ । କ୍ରସ୍ ବୋ ମାରି ୮ ମାସ ଗର୍ଭବତୀ ଥିବା ମହିଳାଙ୍କୁ କଲେ ହତ୍ୟା । ପୂର୍ବ ଲଣ୍ଡନର ଇଲଫର୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଏମିତି ନୃସଂଶ ଭାବେ ହତ୍ୟା କରିଛନ୍ତି ତାଙ୍କ ପୂର୍ବତନ ସ୍ବାମୀ । ତୀରଟି ମହିଳାଙ୍କ ଛାତିରେ ଗଳି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ଦ୍ବାରା ପିଲାଟି ଜନ୍ମ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ମହିଳା ।

ମୃତ ମହିଳା ୩୫ ବର୍ଷୀୟ ଦେବୀ ଉନ୍ମଥାଲେଗଡୋ ଓରଫ ସାନା ମହମ୍ମଦ । ଆଉ ତାଙ୍କୁ କ୍ରସ୍ ବୋ ମାରି ହତ୍ୟା କରିଥିବା ତାଙ୍କ ପୂର୍ବତନ ସ୍ବାମୀ ହେଉଛନ୍ତି ୫୦ ବର୍ଷୀୟ ରାମାନଡଗେ ଉନ୍ମଥାଲେଗଡୋ । ୭ ବର୍ଷ ତଳେ ରାମାନଡଗେଙ୍କ ଠାରୁ ଅଲଗା ହୋଇ, ଇମତିଆଜ୍ ମହମ୍ମଦଙ୍କୁ ବିବାହ କରିଥିଲେ ସାନା । ଆଉ ଏବେ ସେ ୮ ମାସର ଗର୍ଭବତୀ ଥିଲେ । ଘର ଅଗଣାରେ ସାନା ବୁଲୁଥିବା ବେଳେ କିଛି ଦୂରରୁ ଥାଇ ତାଙ୍କ ଆଡ଼କୁ କ୍ରସ୍ ବୋ ସେଟିଂ କରୁଥିଲେ ରାମାନଡଗେ । ସାନାଙ୍କ ଦ୍ବିତୀୟ ସ୍ବାମୀ ଇମତିଆଜ୍, ଏହା ଦେଖିବା ମାତ୍ରେ, ସାନାଙ୍କୁ ଆଲର୍ଟ କରିବାକୁ ଆସିଥିଲେ । କିନ୍ତୁ ସେତେବେଳକୁ ତୀର ଆସି ସାନାଙ୍କ ଛାତିରେ ଗଳି ଯାଇଥିଲା ।

ପ୍ରଥମ ସ୍ବାମୀ ରାମାନଡଗେଙ୍କ ଠାରୁ ସାନାଙ୍କର ୩ଟି ପିଲା ଥିବା ବେଳେ ଦ୍ୱିତୀୟ ସ୍ୱାମୀ ଇମତିଆଜଙ୍କ ଠାରୁ ମଧ୍ୟ ୨ଟି ପିଲା ଥିଲେ । ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି, ରାମାନଡଗେ ପ୍ରତିଶୋଧ ପରାୟଣ ହୋଇ ସାନାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍କଟଲାଣ୍ଡ ୟାର୍ଡ ରାମାନଡଗେଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

   Related Posts