Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଅସାଧାରଣ ପରିସ୍ଥିତି ଅସାଧାରଣ ସମାଧାନ: କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା

19/04/2020 at 4:46 PM

ଭୁବନେଶ୍ଵର ୧୯।୦୪: ସାରା ବିଶ୍ଵରେ କରୋନା ଭାଇରସ୍ ବା କୋଭିଡ୍ -୧୯ ଆତଙ୍କ ସୃଷ୍ଟି କରିଛି। ସଂକ୍ରମିତଙ୍କ ସଂଖ୍ୟା ୨୩ ଲକ୍ଷରେ ପହଞ୍ଚିଥିବା ବେଳେ ଦେଶରେ ଏହା ୧୫ ହଜାର ଛୁଇଁଲାଣି। ମୃତ୍ୟୁ ସଂଖ୍ୟା ଆହୁରି ଚିନ୍ତାଜନକ। ତେବେ ଏପରି ସ୍ଥିତିରେ ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ୬୧ ଥିବା ବେଳେ ଆକ୍ଟିଭ୍ କେସ୍ ମଧ୍ୟ କମିଛି। ତେବେ ରାଜ୍ୟ ସରକାରଙ୍କ କରୋନା ବିରୋଧୀ ଲଢେଇ ଯୋଗୁଁ ଏହା ସମ୍ଭବ  ହୋଇଥିବା ବେଳେ ଏଥିପାଇଁ ରାଜ୍ୟବାସୀଙ୍କୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ଅଭିଯାନରେ ସହଯୋଗ ଓ ତ୍ୟାଗ ଲାଗି ପ୍ରତିଟି ଓଡିଆ, ପ୍ରତି ପରିବାର ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏ ଲଢେଇ ଏକ ଲମ୍ବା ଲଢେଇ ଏବଂ ଆଗକୁ ଆମକୁ ଆହୁରି ସାବଧାନ ହେବାକୁ ପଡିବ ବୋଲି ରବିବାର ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅସାଧାରଣ ପରିସ୍ଥିତିର ଅସାଧାରଣ ସମାଧାନ ଲୋଡା। ସେଥିଲାଗି ଆମକୁ ଆହୁରି ସତର୍କ ଏବଂ ସାବଧାନ ହେବାକୁ ହେବ। ଓଡିଶାରେ ପ୍ରାୟ ଏକ ଲକ୍ଷ ଅନ୍ୟ ରାଜ୍ୟର ଶ୍ରମ ଜୀବୀ ରହି ଯାଇଛନ୍ତି। ସେହିପରି ରାଜ୍ୟ ବାହାରେ ଲକ୍ଷ ଲକ୍ଷ ଓଡିଆ ଶ୍ରମ ଜୀବୀ, ତୀର୍ଥ ଯାତ୍ରୀ, ଛାତ୍ରଛାତ୍ରୀ ବିଭିନ୍ନ ବୃତ୍ତିଧାରୀ ଲୋକେ ରହିଛନ୍ତି। ସେ ମାନଙ୍କ ପାଇଁ ସରକାର ଚିନ୍ତା କରୁଛନ୍ତି। ଲକ୍‌ଡାଉନ୍‌ କଟକଣା ଉଠିବା ପରେ ସରକାର ବିଭିନ୍ନ ରାଜ୍ୟ ସହ ଯୋଗାଯୋଗ ଓ ଆଲୋଚନା କରି ଓଡିଆ ମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ। ଏଥିପାଇଁ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ କରାଯିବ। କିନ୍ତୁ ଏହା ଏତେ ସହଜ କାମ ନୁହେଁ। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡା।

ମୁଖ୍ୟମନ୍ତ୍ରୀ କହିଛନ୍ତି ବିଦେଶ ବା ରାଜ୍ୟ ବାହାରୁ ଆସୁଥିବା ସମସ୍ତଙ୍କ ଲାଗି ପଞ୍ଜିକରଣ ବାଧ୍ୟତାମୂଳକ। ସେମାନେ ସେହି ସୁବିଧା ନେଇ ପଞ୍ଜୀକରଣ ସହ ୧୪ ଦିନର କ୍ଵାରେଣ୍ଟାଇନରେ ରହିବେ। ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ଏହା ପରେ ସେମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦିଆଯିବ। ଏହା ଘୋଷଣା କରି ମୁଖ୍ୟମନ୍ତ୍ରୀ  କରୋନା ମୁକାବିଲା ଅଭିଯାନରେ ଜରୁରୀ ନମ୍ବରରେ ରେଜିଷ୍ଟ୍ରେସନ ପାଇଁ ରାଜ୍ୟ ଫେରନ୍ତା ସବୁ ଓଡିଆଙ୍କୁ ଆହ୍ଵାନ କରିଛନ୍ତି।

ସେ କହିଛନ୍ତି ସରପଞ୍ଚ ମାନଙ୍କୁ କରୋନା ମୁକାବିଲା ଅଭିଯାନରେ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ପଞ୍ଚାୟତ ଓ ସ୍ଥାନୀୟ ପ୍ରଶାସନକୁ ସଶକ୍ତିକରଣ କରି କୋଭିଡ୍-୧୯ ବିରୋଧୀ ଲଢେଇରେ ଆମର ମୁକାବିଲାକୁ ଆହୁରି ମଜବୁତ କରିବା। ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ପାଇଁ ପ୍ରତିଟି  ଜୀବନ ମୂଲ୍ୟବାନ। ସମ୍ନାନଜନକ ଭାବେ ପ୍ରତିଟି ଜୀବନର ସୁରକ୍ଷା କରିବା ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ। ମୋର ବିଶ୍ଵାସ କୋଭିଡ୍-୧୯ ବିରୋଧୀ ମୁକାବିଲାରେ ପଞ୍ଚାୟତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିବ। ଆଶା କରୁଛୁ ଆମେ ଏହି ମହାବିପତ୍ତିରେ ବିଜୟ ଲାଭ କରିବା।

   Related Posts