ନରେନ୍ଦ୍ର ମୋଦିଙ୍କ ଝିଆରୀଙ୍କଠୁ ଲୁଟ କରିଥିବା ଅଭିଯୁକ୍ତ ଲୁଟେରାଙ୍କ ସମ୍ପର୍କରେ ମିଳିଲା ଆଶ୍ଚର୍ଯ୍ୟଜନକ ସୂଚନା : ଜାଣନ୍ତୁ କ’ଣ?

Published By : Prameya-News7 Bureau | October 17, 2019 IST

ନୂଆଦିଲ୍ଲୀ ୧୭/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତୀ ବେନଙ୍କଠୁ ଲୁଟ୍ କରିଥିବା ଅପରାଧୀ ଜଣେ ନାବାଳକ ବୋଲି ଜଣା ପଡ଼ିଛି। କୋର୍ଟଙ୍କ ଆଦେଶ ପରେ ଅଭିଯୁକ୍ତକୁ ବର୍ତ୍ତମାନ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। କିନ୍ତୁ ପୋଲିସ୍ ଆରମ୍ଭରୁ ଏହି କଥା ସନ୍ଦେହ କରିଥିଲା। ଏହି ଘଟଣାର ଅନ୍ୟ ଅଭିଯୁକ୍ତ ବାଦଲ ଏବେ ତିହାର ଜେଲରେ ରହିଛି।

{"id":170891}

ସୂଚନା ଅନୁଯାୟୀ ଗତ ଶନିବାର ସିଭିଲ୍ ଲାଇନ୍ସରେ ଥିବା ଗୁଜୁରାଟୀ ସମାଜ ଭବନ ସାମନାରେ ଅଟୋରୁ ଓହ୍ଲାଉଥିବା ଦମୟନ୍ତୀ ବେନ ଲୁଟେରାଙ୍କ ଶିକାର ହୋଇଥିଲେ। ଘଟଣାର ସୂଚନା ମିଳିବାରୁ ସିଭିଲ୍ ଲାଇନ୍ ଥାନା ସହିତ ପୂରା ଦିଲ୍ଲୀ ପୋଲିସ୍ ଲୁଟେରାଙ୍କୁ ଖୋଜିବାରେ ଲାଗି ଯାଇଥିଲା। ପୋଲିସ୍ ଘଟଣାର ୨୪ଘଣ୍ଟା ମଧ୍ୟରେ ଦମୟନ୍ତୀଙ୍କ ବ୍ୟାଗ୍ ଛଡ଼ାଇ ନେଇଯାଇଥିବା ଲୁଟେରାଙ୍କୁ ଗିରଫ କରିଥିଲେ । ଲୁଟେରାଙ୍କ ମଧ୍ୟରୁ ଜଣେ ନାବାଳକ ଥିଲା ବୋଲି ପୋଲିସ୍ ଜାଣିପାରିନଥିଲା। କିନ୍ତୁ,ତିସହଜାରି କୋର୍ଟରେ ଶୁଣାଣି ସମୟରେ ପ୍ରତିପକ୍ଷର ଓକିଲ ବୟସ ସମ୍ବନ୍ଧୀୟ କିଛି ପ୍ରମାଣ ହାଜର କରିବାରୁ ଜଣାପଡ଼ିଥିଲା ଯେ ଜଣକର ବୟସ ୧୮ବର୍ଷରୁ କମ୍। ଏହା ପରେ କୋର୍ଟ ତାକୁ ବାଳ ସୁଧାର ଗୃହକୁ ପଠାଇ ଥିଲା।

{"id":170892}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.