Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଅଦ୍ଭୁତ ଓ ଆଶ୍ଚର୍ଯ୍ୟ , କିନ୍ତୁ ସୌନ୍ଦର୍ଯ୍ୟର ଗନ୍ତାଘର ଏହି ସବୁ ଯାଗା: ବିଶେଷତ୍ବ ସମ୍ପର୍କରେ ବିଜ୍ଞାନ ବି ଖୋଜି ପାଏନି କାରଣ

13/12/2018 at 10:59 AM

ପୃଥିବୀରେ ଅନେକ ଏମିତିଅନେକ ସ୍ଥାନ ଅଛି, ଯାହା ଅବିଶ୍ୱସନୀୟ ଏବଂ ବିଜ୍ଞାନ ମଧ୍ୟ ହାରମାନିଯାଏ।  ଲୋକେ ଦେଖିଲେ ଆଚମ୍ବିତ ହୋଇଯାଆନ୍ତି  । ସତରେ ପ୍ରକୃତିର ଚମତ୍କାର ବଡ ବିଚିତ୍ର।

ପେଟ୍ରିଫାଇଙ୍ଗ କୂଅ

ଇଂଲାଣ୍ଡ ର ନର୍ଥ ୟର୍କଶିରରେପେଟ୍ରିଫାଇଙ୍ଗ ନାମକ କୂଅ ଖୁବ ବିଚିତ୍ର। ଆମଦେଶର କୂଅଠୁ ସମ୍ପୂର୍ଣ ଅଲଗା। ଭାରତରେ ଆଜି ମଧ୍ୟ କୂଅର ବ୍ୟବହାର ବହୁଳ ଭାବେ ଦେଖାଯାଏ । କିନ୍ତୁପେଟ୍ରିଫାଇଙ୍ଗ କୂଅଟି ବଡ ଅଦ୍ଭୁତ।  କୂଅଟିକୁ ଝରଣାମଧ୍ୟ କୁହାଯାଏ। ଏହି ଝରଣାର ପାଣି ଯେ କୌଣଷି ଜିନିଷର ସଂସ୍ପର୍ଶରେ ଆସେ ତାକୁ ପଥର କରିଦିଏ । ବୈଜ୍ଞାନିକଦୃଷ୍ଟିକୋଣରୁ ଏହି ପାଣିରେ ମିନେରାଲ ମାତ୍ରା ଅଧିକ ହୋଇଥିବାରୁ , ମାସେ ଧରି କିଛି ଜିନିଷ ପାଣିରେପଡି ରହିଲେ, ଜିନିଷ ଉପରେ ମୋଟା ପରସ୍ତ ପଡିଯାଏ। ଯାହା ଫଳରେ ଜିନିଷଟି ପଥର ଭଳି ଦେଖାଯାଏ।

ଅଷ୍ଟ୍ରିଆର ଅଣ୍ଡର ୱାଟରପାର୍କ

ଅଷ୍ଟ୍ରିଆର ଗ୍ରନୁର୍ସୀ ନାମକ ଏକ ପାର୍କକୁ ଅଣ୍ଡର ୱାଟର ପାର୍କ କୁହାଯାଏ। ପାର୍କର ସୌନ୍ଦର୍ଯ୍ୟ ଭାଷାରେ  ପ୍ରକାଶ କରିହେବ ନାହିଁ । ଏଥି ସହ ପାର୍କର ବିଶେଷତ୍ୱ ହେଲାଯେ, ବସଂତ  ଋତୂରେ ର୍ପାକର ଦୃଶ୍ୟ ସମ୍ପୂର୍ଣ୍ଣଭାବେ  ବଦଳିଯାଏ। ବସଂତ  ଋତୂରେ ପାର୍କରେ ପାଣିର ସ୍ତର ବଢିଯାଏ।ପାର୍କରେ ଜଗିଙ୍ଗ ବଦଳରେ ଲୋକମାନେ ସ୍କୁବା ଡାଇଭିଙ୍ଗ୍ କରନ୍ତି। ପାଣିରେ ବୁଡିଥିବା ପାର୍କର ଦୃଶ୍ୟଅତ୍ୟନ୍ତ ନିଆରା। ଗ୍ରୀଷ୍ମ ଋତୂରେ ପାଣି ପୁଣି ଖସିବାକୁ ଲାଗେ।

ଟକମକ ଫୁଟୁ ଥିବା ନଈ

ଆମାଜନ ଜଙ୍ଗଲରେ ଏକ ଏମିତିନଦୀ  ଅଛି ଯାହାର ପାଣି ବର୍ଷର ୧୨ମାସ ଫୁଟୁଥାଏ। ସନାୟଟିମ୍ପିସ୍କା ନାମକ ଏଇ ନଦୀ ୪ମାଇଲ ଲମ୍ୱ। ସାଦାରଣତଃ ଯେକୌଣସି ନଦୀର ପାଣି ପଶୁ ପକ୍ଷୀ ଓ ମଣିଷ ପାଇଁଲାଭଦାୟକ ହୋଇଥାଏ,  କିନ୍ତୁ ଏହି ନଦୀର ପାଣି ସମସ୍ତଙ୍କପାଇଁ  କ୍ଷତିକାରକ। ଭୁଲ ବଶତଃ ଯଦି  ପଶୁ କିମ୍ୱା ପକ୍ଷୀ ନଦୀକୁ ପାଣି ପିଇବା ଆଶାରେ ଯାଏ ତେବେସେ  ଜୀଅନ୍ତା ଜଳିଯିବ। ନଦୀର ତାପମାତ୍ରା ୯୦ ଡିଗ୍ରିସେଲ୍ସିୟସ ପର୍ଯ୍ୟନ୍ତ ଥାଏ।

ରଂଗବଦଳୁଥିବା ହୋକାଇଡୋର ନୀଳହ୍ରଦ

ଜାପାନ ସ୍ଥିତ ହୋକ୍କାଇଡୋଦ୍ୱୀପରେ ଥିବା ହ୍ରଦ ବିଶ୍ୱର ଅନ୍ୟ ହ୍ରଦଗୁଡିକଠୁ ସମ୍ପୁର୍ଣ ଅଲଗା। ହ୍ରଦର ବିଶେଷତା ଏହା ଯେ ହ୍ରଦରପାଣିର ରଙ୍ଗ ବଦଳୁଥାଏ।  କଥାଟି ଶୁଣିଲେ ବିଶ୍ୱାସହେବନି ଅଛି କିନ୍ତୁ ଏହା ସତ୍ୟ । ସାଧାରଣତଃ ହ୍ରଦର ପାଣି ନୀଳ ରଙ୍ଗର । କିନ୍ତୁ ଦେଖିବାର ଦିଗ ବଦାଳାଇଲେପାଣିର ରଙ୍ଗ ମଧ୍ୟ ବଦଳିଯାଏ। ବୈଜ୍ଞାନିକ ଦୃଷ୍ଟି ଗଣରୁ, ପାଣିରେ ଥିବା ଆଲୁମିନିୟମ ଅକ୍ସସାଇଡ୍ରକଣିକା ପାଣିର ବଦଳିବା ରଙ୍ଗର କାରଣ ହୋଇଥାଏ।

 ଘଣ୍ଟିଭଳି ବାଜୁଥିବା ପଥର

 ଅମେରିକା ପେନସିଲ୍ୱନିଆରେ କିଛି ପଥର ଚଟାଣ ରହିଛି ।ଏହା ବଡ ଅଦ୍ଭୁତ । ଚଟାଣକୁ ହାତୁଡିରେ ଆଘାତ କଲେ  ଘଂଟି ବଜେଇଲା ପରି ଶବ୍ଦ ବାହାରେ। ଏହି ଚଟାଣର ସମ୍ପର୍କରେସ୍ଥାନୀୟ ଲୋକଙ୍କୁ ବିଷେଶ କିଛି ଜଣା ନାହିଁ। ଆମେରିକା ଆସିଥିବା କିଛି ୟୁରପୀୟ ଶରଣାର୍ଥୀପ୍ରଥମେ ଏହି ଚଟାଣ ଆବିଷ୍କାର କରିଥିଲେ ।  ସେମାନେଏଇଯାଗାରେ ଖୁବ୍ ମସ୍ତି ଆଉ ମନୋରଂଜନ କରନ୍ତି।

ନୀଳ ଲାଭାର ଆଗ୍ନେୟଗିରି

ଇଣ୍ଡୋନେସିଆ  କବାହ ଇଜେନ ଅଂଚଳରେ ଏକ ଏମିତିଅଗ୍ନିୟଗିରି ଅଛି ଯେଉଠୁ ନିର୍ଗତ ହୋଇଥିବା ଳାଭାର ରଙ୍ଗ ନୀଳ। ବାସ୍ତବରେ ଏହି ଆଗ୍ନେୟଗିରିନିକଟରେ ସଲଫରର ଖଣି ଅଛି।

ବୈଜ୍ଞାନିକଙ୍କ ଅନୁସାରେ ଆଗ୍ନେୟଗିରିରୁ ନିର୍ଗତ ହେଉଥିବା ଏଇ ତରଳ ପଦାର୍ଥବାସ୍ତବରେ ଲାଭା ନୁହଁ,  ସଲଫର ହୋଇଥାଏ।  ଖଣି ଭିତରେ  ଥିବା ସଲଫ୍ୟୁରିକ୍ ଗ୍ୟାସ ଆଗ୍ନେୟଗିରିର ତାପରେ ଗରମହୋଇ ନୀଳ ରଙ୍ଗର ତରଳ ଲାଭାରେ ରୂପାନ୍ତରିତ ହୋଇଥାଏ ।

   Related Posts