Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଦୁଷ୍କର୍ମ ପରେ ନିର୍ଯ୍ୟାତନାର କ୍ଲାନ୍ତିରେ ଶୋଇ ପଡିଥିଲି… ପୀଡିତାଙ୍କ ଏପରି ସଫେଇରେ ଜଜ୍ ଦେଲେ କି ଉତ୍ତର ?

26/06/2020 at 6:43 PM

ବେଙ୍ଗାଲୁରୁ ୨୬।୦୬: କର୍ଣ୍ଣାଟକ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦୁଷ୍କର୍ମ ପରେ ଶୋଇ ପଡିବା ଭାରତୀୟ ମହିଳାଙ୍କ ଆଚରଣ ନୁହେଁ । ଜଣେ ପୀଡିତାଙ୍କ ବୟାନରେ ଅସନ୍ତୋଷ ଜାହିର କରି ଏପରି କହିଛନ୍ତି ବିଚାରପତି । ଜନୈକା ମହିଳା ଜଣେ ଯୁବକଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ। କୋର୍ଟ ଅଭିଯୁକ୍ତଙ୍କ ଆଗୁଆ ଜାମିନର ଆବେଦନ ଉପରେ ଶୁଣାଣି ବେଳେ ଏହା କହିଥିଲେ ।

ମାମଲାର ଶୁଣାଣି ସମୟରେ ମହିଳା ଜଣକ ନିଜ ବୟାନରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ଦୁଷ୍କର୍ମ ପରେ ସେ ଥକି ପଡି ଶୋଇ ପଡିଥିଲେ। ଜଷ୍ଟିସ କୃଷ୍ଣା ଏସ ଦୀକ୍ଷିତ ମହିଳାଙ୍କ ଏହି ବୟାନ ଉପରେ ଆପତ୍ତି ପ୍ରକାଶ କରିଥିଲେ।

ମହିଳାଙ୍କ ଅଭିଯୋଗ ଉପରେ ସନ୍ଦେହ ପ୍ରକାଶ କରି କୋର୍ଟ ଅଭିଯୁକ୍ତଙ୍କୁ ଏକ ଲକ୍ଷ ଟଙ୍କାର ମୁଚାଲିକା ଏବଂ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଜ୍ ଅଭିଯୋଗକାରୀ ମହିଳାଙ୍କ ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନଥିଲେ ଯେ, ଦୁଷ୍କର୍ମ ପରେ ଥକି କି ମହିଳା ଶୋଇ ପଡିଥିଲେ। ନିଜର ନିଷ୍ପତ୍ତି ଶୁଣାଇ କୋର୍ଟ କହିଛନ୍ତି ଯେ, ମହିଳାଙ୍କ ବୟାନ ଅନୁପଯୁକ୍ତ ଅଟେ। ଏଠାରେ ଆମର ମହିଳା ଦୁଷ୍କର୍ମ ପରେ ଏହି ପରି ବ୍ୟବହାର କରନ୍ତି ନାହିଁ। ସେମାନେ ପ୍ରତିକ୍ରିୟାଶୀଳ ହୁଅନ୍ତି।

ଜାମିନ ଆଦେଶ ସହିତ ଜଜ୍ କହିଛନ୍ତି ଯେ, ଅଭିଯୋଗକାରୀ ମହିଳା ଏହା ବୁଝାଇବାରେ ବିଫଳ ହୋଇଛନ୍ତି ଯେ, ଘଟଣା ଦିନ ରାତି ୧୧ଟାରେ ସେ ଅଫିସକୁ କଣ ପାଇଁ ଯାଇଥିଲେ ଏବଂ ଅଭିଯୁକ୍ତଙ୍କ ସହିତ ମଦ ପିଇବା ବେଳେ କଣ ପାଇଁ ଆପତ୍ତି କରିନଥିଲେ।

ଅନ୍ୟପଟେ ଅଦାଲତ ଅଭିଯୁକ୍ତ ଯୁବକଙ୍କୁ ଛଅଟି ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି। ଆଦେଶ ଅନୁଯାୟୀ ଗୋଟିଏ ବି ସର୍ତ୍ତ ଉଲ୍ଲଂଘନ ହେଲେ ଜାମିନ୍ ରଦ୍ଦ କରି ଦିଆଯିବ। ଏହା  ବ୍ୟତୀତ ଅଭିଯୁକ୍ତଙ୍କୁ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ପୋଲିସ ଷ୍ଟେସନରେ ରିପୋର୍ଟ କରିବାକୁ ପଡିବ।

କୋର୍ଟଙ୍କ ଏହି ଆଦେଶକୁ ପୀଡିତାଙ୍କ ଓକିଲ ବିରୋଧ କରିଛନ୍ତି। ଜଜ କହିଛନ୍ତି ଯେ, ଅଭିଯୋଗକାରୀଙ୍କ କହିବା କଥା ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି। ମାତ୍ର ପରିସ୍ଥିତିକୁ ଦେଖିଲେ ମହିଳାଙ୍କ ଅଭିଯୋଗକୁ ବିଶ୍ଵାସ କରିବା ସହଜ ନୁହେଁ। ଜଜ୍ ମହିଳାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସେ ଅଦାଲତକୁ ସେହି ସମୟରେ କଣ ପାଇଁ ଆସିନଥିଲେ ଯେବେ ତାଙ୍କୁ ଶାରୀରିକ ସଂପର୍କ ପାଇଁ ବାଧ୍ୟ କରାଯାଉ ଥିଲା।

ଜଜ କହିଛନ୍ତି, ମହିଳା ଏହା ମଧ୍ୟ କହି ନାହାନ୍ତି ଯେ, ସେ ରାତି ୧୧ଟାରେ ଅଫିସ୍ କଣ ପାଇଁ ଯାଇଥିଲେ। ସେ ଅଭିଯୋଗ କରିଥିବା ଯୁବକ ସହିତ ମଦ ପିଇବା ଏବଂ ସକାଳ ପର୍ଯ୍ୟନ୍ତ ଏକାଠି ରହିବାରେ କୌଣସି ଆପତ୍ତି କରିନଥିଲେ। ପୁଣି କହୁଛନ୍ତି ଯେ, ଦୁଷ୍କର୍ମ ପରେ ସେ ଥକି କି ଶୋଇ ପଡିଥିଲେ। ଆମ ଦେଶର ମହିଳାଙ୍କ ସହିତ ଯେବେ ବଳାତ୍କାର ହୁଏ, ସେମାନେ ଏମିତି ପ୍ରତିକ୍ରିୟା ଦିଅନ୍ତି ନାହିଁ ବୋଲି ଜଜ୍ କହିଛନ୍ତି।

   Related Posts