Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଚୀନ୍‌କୁ ପୁଣି ଫେରିଲା କରୋନା, ଲୁଚେଇବାକୁ ୟୁନ୍ନାନରେ କରିଛି ଅସ୍ଥାୟୀ ହସ୍ପିଟାଲ

17/09/2020 at 4:22 PM

ଋଇଲି: ଦେଶରେ କରୋନା ଭାଇରସ ସଂକ୍ରମଣକୁ ଚୀନ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚାଇଥିଲା। ଫଳରେ ସଂକ୍ରମଣ ଅନିୟନ୍ତ୍ରିତ ହେବା ସହ ସାରା ବିଶ୍ୱକୁ ବ୍ୟାପିଯାଇଛି। ଏହା ସତ୍ତ୍ୱେ ଚୀନ୍‌ ଏବେବି ଦେଶରେ କରୋନା ନାହିଁ ବୋଲି ଦାବି କରୁଛି। ହେଲେ ତାର ଦାବିକୁ ନେଇ ଏବେ ବି ଭରସା କରାଯାଇପାରୁନି। କାରଣ ୟୁନ୍ନାନରେ ଚୀନ୍‌ ପରୀକ୍ଷଣ ବ୍ୟବସ୍ଥା ଥାଇ ଏକ ବିଶାଳ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିଥିବା ବେଳେ ସେଠାରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚାଧିକାରୀଙ୍କୁ ମଧ୍ୟ ଦେଖାଯାଇଛି। ଏଣୁ ଏଠାରେ ପୁଣି ଥରେ କରୋନା ସଂକ୍ରମଣ ହୋଇଥିବାର ସନ୍ଦେହ ଘନିଭୂତ ହୋଇଛି। 

ଉହାନ ଭଳି ଏଠାରେ ମଧ୍ୟ ଭୀଷଣ ସଂକ୍ରମଣ ହୋଇଥିବା ନେଇ ଏବେ ଆଶଙ୍କା କରାଯାଉଛି। ଚୀନ୍‌ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ଅପାରଦର୍ଶି ପ୍ରକୃତିକୁ ଦେଖି ଦେଶବାସୀ ମଧ୍ୟ ଚିନ୍ତିତ। କାରଣ ମ୍ୟାମାରରୁ ଆସିଥିବା ୨ଟି ମାମଲାରେ ସରକାରୀ ଅଧିକାରୀ କିପରି ପ୍ରତିକ୍ରିୟା ରଖୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର। ମ୍ୟାମାରରୁ ଆସିଥିବା ଏହି ଦୁଇ ମହିଳାଙ୍କୁ ୟୁନ୍ନାନର ରୁଇଲି ସିଟିରେ ଠାବ କରାଯାଇଥିଲା।  ତେବେ ଚୀନ୍‌ ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ଜଣେ ୩୨ ଓ ଜଣେ ୧୬ ବର୍ଷ ବୟସ୍କା ମ୍ୟାମାର ନାଗରିକଙ୍କୁ ପରୀକ୍ଷଣ କରାଯାଇଥିଲା। ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକେ ମଧ୍ୟ ପରୀକ୍ଷଣ କରିଛନ୍ତି ତେବେ ସମସ୍ତେ ନେଗେଟିଭ ଥିବା ଜଣାପଡିଛି ବୋଲି ଉଲ୍ଲେଖ କରିଛି।

ତେବେ ୨ ଜଣ ମହିଳାଙ୍କ ଲାଗି କଣ ଏତେବଡ ହସ୍ପିଟାଲ ହୋଇପାରେ? ତାହା ହିଁ ଏବେ ଲୋକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ୟୁନ୍ନାନ ପ୍ରାନ୍ତିୟ ସରକାର ବିଚାଟ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଏକ ଗୋଦାମ ଘରକୁ ଅସ୍ଥାୟୀ ହସ୍ପିଟାଲରେ ରୂପାନ୍ତରିତ କରାଯାଇଥିବା ଦେଖାଯାଇଛି। ଏଥିରେ ଚୀନ୍‌ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ମଧ୍ୟ ହସ୍ପିଟାଲ ନିରୀକ୍ଷଣ କରୁଥିବା ଦେଖାଯାଇଛି।

ଚୀନ୍‌ ସରକାରୀ ଭୟସ୍‌ ବକ୍ସ ସିହ୍ନୁଆ ଅନୁସାରେ ଋଇଲିର ୧୩ ହଜାର ୧୮୨ ବାସିନ୍ଦାଙ୍କ ପୋଲିମରେଜ୍‌ ଚେନ୍‌ ରିଆକ୍ସନ (ପିସିଆର) ଟେଷ୍ଟ କରାଯାଇଥିଲା। ତେବେ ସମସ୍ତ ବାସିନ୍ଦା ନେଗେଟିଭ ଥିବା ଜଣାପଡିଛି। ସିହ୍ନୁଆ ଅନୁସାରେ ସହରରେ ପିସିଆର ପରୀକ୍ଷାଗାର ସଂଖ୍ୟା ୨୦୦କୁ ବଢାଇ ଦିଆଯାଇଛି। ସେହିପରି ପରୀକ୍ଷଣ ଉପକରଣ ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି। ଫଳରେ ଦୈନିକ ପରୀକ୍ଷଣ ସଂଖ୍ୟା ୨ହଜାର ୫୦୦ରୁ ୨ଲକ୍ଷ ୫୦ ହଜାରକୁ ବୃଦ୍ଧି ହୋଇଛି ବୋଲି କୁହାଯାଇଛି।

ତେବେ ଗ୍ଲୋବାଲ ଟାଇମ୍ସ ସୂଚନା ଅନୁସାରେ ୟୁନ୍ନାନର ୮ ସୀମାବର୍ତ୍ତି କ୍ଷେତ୍ର ଓ ୨୫ ସୀମା କ୍ଷେତ୍ର ଯୁଦ୍ଧକାଳୀନପରିସ୍ଥିତିକୁ ପ୍ରବେଶ କରିସାରିଲେଣି। ଏଥିରେ ପ୍ରାନ୍ତୀୟ ସରକାରଙ୍କ ପ୍ରସ୍ତୁତିରୁ ଏଠାରେ ବାସ୍ତବିକ୍‌ ପରିସ୍ଥିତି କେତେ ଭୟାନକ ତାହା କେବଳ ଅନୁମାନ କରାଯାଇପାରେ।

   Related Posts