ଧନ୍ୟ ହେ ତୁମେ ଅଫିସର ! ୨୦୦ ଟଙ୍କା ଫାଇନ ଦେଲେନି ବୋଲି ଦୋକାନୀଙ୍କଠୁ ୨ କେଜି ସେଓ ନେଇଗଲେ ଅଧିକାରୀ

Published By : Prameya-News7 Bureau | April 27, 2021 IST

ଖଲ୍ଲିକୋଟ ୨୭।୦୪:  ଗଞ୍ଜାମ ଏନଏସି ପ୍ରଶାସନର ବିଚିତ୍ର ନୀତି। ଫାଇନ ବଦଳରେ ନେଇଗଲେ ୨ କେଜି ସେଓ। ପ୍ରଶାସନର ଏମିତି  ଏତାଦୃଶ୍ୟକୁ ନେଇ ବଡ଼ ବଜାର ବଣିକ ସଂଘ ଓ ସାଧାରଣ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଦୋକାନ ଆଗରେ ଡଷ୍ଟବିନ ନ ଥିବାରୁ ୨୦୦ ଟଙ୍କା ଫାଇନ  ଟଙ୍କା ନ ଦେଇ ପାରିବାରୁ ବେପାରୀଙ୍କଠୁ ୨ କେଜି ସେଓ  ନେଇଗଲେ ଏନଏସି କର୍ମଚାରୀ। ଏହି ଘଟଣାକୁ ନେଇ ଗଞ୍ଜାମ ସହରରେ ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ସୂଚନା ଅନୁଯାୟୀ,  ସୋମବାର ସନ୍ଧ୍ୟାରେ କରୋନା ସଚେତନତା ପାଇଁ ଏନଏସି ଇଓ ରୋନିତ କୁମାର ଓ ତାଙ୍କ କର୍ମଚାରୀ ବଜାରର ବିଭିନ୍ନ ଦୋକାନ ବୁଲିଥିଲେ l ଏନଏସି ସମ୍ମୁଖରେ ରବୀନ୍ଦ୍ର ସାହୁଙ୍କ ଫଳ ଦୋକାନ ରହିଛି l ସେଠାକୁ ଏନଏସି ଇଓଙ୍କ ସମେତ ଅନ୍ୟ କର୍ମଚାରୀ ଯାଇ ଡଷ୍ଟବିନ କାହିଁକି ରଖିନାହଁ ବୋଲି ପଚାରିବା ସହ ଏଥିପାଇଁ ଜୋରିମାନା ବାବଦରେ ୨୦୦ ଟଙ୍କା ମାଗିଥିଲେ। ବ୍ୟବସାୟୀ ଜଣକ ବେପାର କିଛି ହୋଇନି କି  ଟଙ୍କା ମୋ ପାଖରେ ନାହିଁ ବୋଲି କହିଥିଲେ l ତେଣୁ ମୁଁ ଏବେ ଟଙ୍କା ଦେଇ ପାରିବିନି ଏନଏସି କର୍ମଚାରୀଙ୍କୁ କହିଥିଲେ l 

{"id":445098,"sizeSlug":"large","linkDestination":"none"}

ଆମେ କିଛି ଶୁଣିବୁନି। ୨୦୦ ଟଙ୍କା ବଦଳରେ ୨ କେଜି ସେଓ ଦେବା ପାଇଁ ଏନଏସି କର୍ମଚାରୀ ଦୋକାନୀଙ୍କୁ କହିଥିଲେ l ଏପରିକି ସେଠାରେ ଥିବା ସମସ୍ତ ସେଓକୁ ନେଉଥିବା ବେଳେ ଦୋକାନୀ ଜଣକ ଏହାକୁ ପ୍ରତିବାଦ କରିଥିଲେ।  ଶେଷରେ ଏନଏସି ଅଧିକାରୀ ୨ କେଜି ସେଓ  ନେଇ ପଳେଇ ଯାଇଥିଲେ। ଦୋକାନୀଙ୍କୁ ଦୁଇ ଶହ ଟଙ୍କାର ଜୋରିମାନା ରସିଦ ଧରାଇ ଦେଇଥିଲେ l

ଘଟଣା ପ୍ରଘଟ ହେବା ପରେ ବଜାର ସମସ୍ତ ବ୍ୟବସାୟୀ ପ୍ରବଳ ପାଟିତୁଣ୍ଡ କରିଥିଲେ l ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା l  ବ୍ୟବସାୟୀ ମାନେ ଏଭଳି କେଉଁ ନିୟମ ଅଛି କି ବୋଲି ଉପରୋକ୍ତ ଅଫିସରଙ୍କୁ ପ୍ରଶ୍ନ କରିଥିଲେ l  ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲାl 

wp:html /wp:html

ଏ ନେଇ  ଏନଏସି ଇଓ  ରୋନିତ କୁମାରଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେ କହିଛନ୍ତି ଯେ  ଫଳ ଦୋକାନୀ  ପଞ୍ଚସୂତ୍ରୀର କୌଣସି ନିୟମ ମାନୁନଥିଲା ତେଣୁ ତାକୁ  ଜୋରିମାନା ପକାଯାଇଛି। ତାହା ପାଖରେ ନଥିବାରୁ ସେହି ସେଓକୁ ମୁଁ କିଣି ନେଇଥିଲି ବୋଲି କହିଥିଲେ। ଅନ୍ୟ ପକ୍ଷରେ ଏନଏସି କର୍ମଚାରୀଙ୍କ ଏହିଭଳି ଆଚରଣ ପାଇଁ ବ୍ୟବସାୟ ସଂଘ ବିରୋଧ କରିଛି। ଯଦି ଆଗାମୀ ଦିନରେ ଏହିଭଳି ପରିସ୍ଥିତି ପୁଣି ଉପୁଜେ ତେବେ ବଜାର ବନ୍ଦ କରିବା ସହ ଏନଏସି ଅଫିସ ଆଗରେ ଆନ୍ଦୋଳନ କରାଯିବ ବୋଲି ବ୍ୟବସାୟ ସଂଘ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.