Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଆର୍ଥିକ ଅଭିବୃଦ୍ଧିକୁ ନେଇ ମିଳିତ ଜାତିସଂଘର ଆକଳନ: ୨୦୨୧ରେ ଚୀନକୁ ପଛରେ ପକାଇବ ଭାରତ

26/01/2021 at 3:28 PM

ନୂଆଦିଲ୍ଲୀ, ୨୬/୦୧: କରୋନା ଭାଇରସ୍ ମହାମାରୀ ଭିତରେ ଭାରତର ଅର୍ଥବ୍ୟବସ୍ଥା ଖରାପ ଗତି ଦେଇ ଯାତ୍ରା କରିଛି। ପରିସ୍ଥିତି ସହ ତାଳ ଦେଇ ଏବେ ଅର୍ଥବ୍ୟବସ୍ଥାରେ ସୁଧାର ହେଉଥିବା ଦେଖିବାକୁ ମିଳିଛି । ୟୁନାଇଟେଡ୍ ନେସ ବା ମିଳିତ ଜାତିସଂଘ ଭାରତର ଅର୍ଥନୀତି ଖୁବ୍ ଶୀଘ୍ର ଉତ୍ସାହଜନକ ଭାବେ ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ କରିଛି । ଗତ ବର୍ଷ ଅର୍ଥ ବ୍ୟବସ୍ଥାରେ ୯.୬ ପ୍ରତିଶିତ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ଏହି କ୍ୟାଲେଣ୍ଡର ବର୍ଷରେ ୭.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ୟୁଏନ୍ ଆଶା କରିଥିବା କହିଛି।

ସୋମବାର ୟୁଏନ ଜାରି କରିଥିବା ୱାର୍ଲ୍ଡ ଇକୋନୋମିକ୍ ଆଣ୍ଡ ପ୍ରସ୍ପେକ୍ଟସ୍ ରିପୋର୍ଟ-୨୦୨୧ରେ କୁହାଯାଇଛି ଯେ, ଭାରତୀୟ ଅର୍ଥବ୍ୟବସ୍ଥାକୁ କରୋନା ସଙ୍କଟରୁ ବାହାରକୁ ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାରର ପ୍ୟାକେଜ୍‌ର ଘୋଷଣା କରିଛନ୍ତି । ତଥାପି ଦେଶର ଜିଡିପି ହ୍ରାସ ପାଉଥିବା ଦେଖିବାକୁ ମିଳିଛି । କରୋନା କାରଣରୁ ବହୁଥର ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଏହାର ପ୍ରମୁଖ କାରଣ ବୋଲି ଏଥିରେ କୁହାଯାଇଛି । ରିପୋର୍ଟରେ ଅନୁମାନ ଲଗାଯାଇଛି ଯେ, ୨୦୨୨ରେ ଭାରତର ଘରୋଇ ଉତ୍ପାଦରେ ୫.୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିବ।

ରିପୋର୍ଟରେ କୁହାଯାଇଛି ଯେ, କେବଳ ଚୀନ ହେଉଛି ଏକମାତ୍ର ଦେଶ ଯାହାର  ଗତ ବର୍ଷ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ଅନୁମାନରୁ ଜଣାପଡ଼ୁଛି ଚୀନ ଅର୍ଥବ୍ୟବସ୍ଥାରେ କରୋନା ସମୟରେ ୨.୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏ ବର୍ଷ ଏହା ବଢ଼ି ୭.୨ ପ୍ରତିଶତ ହୋଇପାରେ । ଆଗାମୀ ବର୍ଷ ଏଥିରେ ୫.୮ ପ୍ରତିଶତ ବଢ଼ିପାରେ। ରିପୋର୍ଟ ମୁତାବକ କୋଭିଡ୍ କାରଣରୁ ବିଶ୍ୱ ଅର୍ଥନାତିରେ ୪.୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା । ଏହି ବର୍ଷ ଏଥିରେ ୪.୭ ଏବଂ ଆଗାମୀ ବର୍ଷ ୫.୯ ପ୍ରତିଶତ ବୃଦ୍ଧି ହେବାର ଅନୁମାନ କରାଯାଇଛି। 

   Related Posts