Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଅମ୍ଫାନର କ୍ଷତ ଏଯାଏଁ ଲିଭିନି, ଗତବର୍ଷର ପ୍ରଳୟଙ୍କରୀ ବାତ୍ୟାରେ ଭାରତର କ୍ଷତି ହୋଇଥିଲା ୧୪ ନିୟୁତ କୋଟି ଡଲାର : ଜାତିସଙ୍ଘ ରିପୋର୍ଟରେ ପୁରା କ୍ଷୟକ୍ଷତିର ତାଲିକା

20/04/2021 at 3:07 PM

ନ୍ୟୁୟର୍କ,୨୦/୦୪: ୨୦୨୦ ମେ ମାସରେ ଭାରତରେ ମାଡ ହୋଇଥିଲା ବାତ୍ୟା ଅମ୍ଫାନ । ଅମ୍ଫାନ ପ୍ରଭାବରେ ଦେଶରେ ଅନେକ କ୍ଷୟକ୍ଷତି ହୋଇଥିଲା । ବିଦ୍ୟୁତ ବିଭାଗ ସହ ରାସ୍ତାଘାଟ, ଗଛ ଆଦି ନଷ୍ଟ ହୋଇଥିଲା । ଏବେ ୟୁଏନ ବା ଜାତିସଙ୍ଘ ରିପୋର୍ଟରେ ଏକ ଚକିତ କଲା ଭଳି ଖବର ଆସିଛି । ଏହି ବାତ୍ୟା ପାଇଁ ଦେଶର ପ୍ରାୟ ୧୪ ବିଲିୟନ ବା ୧୪ ନିୟୁତ କୋଟି ଡଲାର କ୍ଷତି ହୋଇଥିବା ୟୁଏନ କହିଛି ।

ବାତ୍ୟା ଅମ୍ଫାନ ଗତ ବର୍ଷ ମେ ମାସରେ ଉତ୍ତର ଭାରତ ମହାସାଗରେର ସୃଷ୍ଟି ହୋଇ ଭାରତ-ବାଂଲାଦେଶ ଆଡେ ମୁହାଁଇଥିଲା । ପଶ୍ଚିମବଙ୍ଗ, ଓଡିଶା ଓ ବାଂଲାଦେଶରେ ଏହି ବାତ୍ୟା ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଦି ଷ୍ଟେଟ୍ ଗ୍ଲୋବାଲ କ୍ଲାଇମେଟ୍ ୨୦୨୦ ରିପୋର୍ଟ ଅନୁସାରେ, ବିଶ୍ୱରେ ହାରାହାରି ତାପମାତ୍ରା ୧.୨ ଡିଗ୍ରୀ ସେଲସିୟସ ବଢିଛି ।୨୦୧୫ ପରେ ୨୦୧୧-୨୦ ହେଉଛି ସବୁଠାରୁ ଉତପ୍ତ ଦଶନ୍ଧି । ଏହାସହ ରିପୋର୍ଟରେ ୩୦ଟି ବାତ୍ୟା ବାବଦରେ ଉଲ୍ଲେଖ ରହିଛି ।ରିପୋର୍ଟରୁ ୟୁଏନ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ ଉନ୍ମୋଚନ କରିଥିଲେ ।

ରିପୋର୍ଟ ଅନୁସାରେ, କରୋନା ସମୟରେ ଏହି ବାତ୍ୟା ଭାରତରେ ମାଡ ହୋଇଥିଲା । ଏଥିରେ ଲକ୍ଷଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟା ଅମ୍ଫାନ ମେ ୨୦ରେ ଭାରତ-ବାଂଲା ସୀମାରେ ଲ୍ୟାଣ୍ଡଫଲ୍ କରିଥିଲା । ଏହାଦ୍ୱାରା ୧୪ ବିଲିୟନ ଡଲାର  ଆର୍ଥିକ କ୍ଷୟକ୍ଷତି ହୋଇଛି । ଉଭୟ ଦେଶରେ ପ୍ରାୟ ୧୨୯ ପ୍ରାଣ ହରାଇଛନ୍ତି । ଭାରତରେ ୨୪ ଲକ୍ଷ ଲୋକ ବାସହରା ହୋଇଥିଲେ । ବାଂଲାଦେଶରେ ୨୫ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିଲେ ।

ରିପୋର୍ଟ ଅନୁସାରେ, ୨୦୨୦ରେ ଭାରତ, ଆଫଗାନିସ୍ତାନ, ନେପାଳ, ପାକିସ୍ତାନ, ବାଂଲାଦେଶ ଓ ମିଆଁମାରରେ ୨୦୦୦ ଜଣ ମୌସୁମୀ ସମୟରେ ପ୍ରାଣ ହରାଇଛନ୍ତି । କେବଳ ଆଫଗାନିସ୍ତାନରେ ୧୪୫ ଜଣ ବନ୍ୟାରେ ପ୍ରାଣ ହରାଇଛନ୍ତି ।

ୟୁଏନ ମୁଖ୍ୟଙ୍କ କହିବାନୁସାରେ, ସମସ୍ତ ଦେଶ ଜଳବାୟୁ ପରିବର୍ତ୍ତନ ମାମଲାରେ ଏକାଠି ହେବା ଆବଶ୍ୟକ । ଯେଉଁ ସବୁ ଦେଶରେ କୋଇଲା ଶକ୍ତିକୁ ଅଧିକ ବ୍ୟବହାର କରାଯାଉଛି, ସେଠାରେ ଅନ୍ୟ ବିକଳ୍ପ ଶକ୍ତି ବା ଅକ୍ଷୟ ଶକ୍ତିକୁ ବ୍ୟବହାର କରାଯିବା ଉଚିତ୍ । ଏବେ ବିଦ୍ୟୁତ ଶକ୍ତି ଉତ୍ପାଦନ ସହଜ ଅଟେ  । ଏହା ଦ୍ୱାରା ପରିବେଶ ଉପରେ ସେତେମାତ୍ରାରେ ପ୍ରଭାବ ପଡିବ ନାହିଁ । ଏହାସହ ବିକଶିତ ଦେଶମାନେ ବିକାଶନ୍ମୋଖି ଦେଶଙ୍କ ସହ ହାତ ମିଳାନ୍ତୁ ବୋଲି ସେ କହିଛନ୍ତି ।  

   Related Posts