Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏକଜୁଟ ହୋଇ ପୁଣି ସଂଖ୍ୟା ବଢାଉଛି ISIS, ଇରାକ୍ ଓ ସିରିଆରେ ୧୦ହଜାରରୁ ଅଧିକ ଆତଙ୍କବାଦୀ : ଚିନ୍ତା ପ୍ରକଟ କଲେ ଜାତିସଂଘ

25/08/2020 at 2:20 PM

ନୂଆଦିଲ୍ଲୀ ୨୫।୮: ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ମାତ୍ ଦେବାର ଦୁଇ ବର୍ଷ ପରେ ସଂଗଠନର ପ୍ରାୟ ୧୦,୦୦୦ରୁ ଅଧିକ ଆତଙ୍କବାଦୀ ଇରାକ ଏବଂ ସିରିଆରେ ଏବେ ମଧ୍ୟ ସକ୍ରିୟ ଅଛନ୍ତି । ଚଳିତ ବର୍ଷ ସେମାନଙ୍କର ଆକ୍ରମଣ ମଧ୍ୟ ବଢିଛି । ଯୁକ୍ତରାଷ୍ଟ୍ର ଆମେରିକାର ଆତଙ୍କବାଦ ବିରୋଧୀ ମୁଖ୍ୟ ଏହା କହିଛନ୍ତି ।

ଭ୍ଲାଦିମିର ବୋରୋନକୋବ ଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛି ଯେ, ଇସଲାମିକ୍ ଷ୍ଟେଟ୍ ର ଆତଙ୍କୀ ଦୁଇ ଦେଶ ମଧ୍ୟରେ ସହଜରେ ଯାତାୟତ କରୁଛନ୍ତି । ସେ କହିଛନ୍ତି ଆତଙ୍କବାଦୀ ସଂଗଠନ ପୁଣି ଥରେ ଏକାଠି ହୋଇଛନ୍ତି । ଇରାକ ଏବଂ ସିରିଆ ଭଳି ସଂଘର୍ଷପୂର୍ଣ୍ଣ ଦେଶ ବ୍ୟତୀତ ଅନ୍ୟ କିଛି ଦେଶରେ ମଧ୍ୟ ସେମାନଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସେ ଆହୁରି କହିଛନ୍ତି ଯେ, ଏହା ଜଣାପଡୁଛି ଯେ ସଂଘର୍ଷ ନଥିବା ଦେଶରେ ସେମାନଙ୍କର ଗତିବିଧି ବୃଦ୍ଧି ପାଇଛି । କୋଭିଡ୍ ୧୯ର ମୁକାବିଲା ପାଇଁ ଜାରି ରହିଥିବା ଲକ୍ ଡାଉନ୍ ତଥା ଯାତାୟତରେ ଲାଗିଥିବା କଟକଣା ଯୋଗୁଁ କେତେକ ଦେଶରେ ଆତଙ୍କବାଦୀ ସଂଗଠନର ଆକ୍ରମଣ ବିପଦ କମ୍ ହୋଇନାହିଁ ।

ଆଫ୍ରିକା ବିଷୟରେ କହିବାକୁ ଯାଇ ସେ କହିଥିଲେ ଯେ, ପଶ୍ଚିମ ଆଫ୍ରିକା ଅଞ୍ଚଳରେ ଇସଲାମିକ୍ ଷ୍ଟେଟ୍ ଆଇଏସଆଇଏସର ବିଶ୍ବ ଦୁଃପ୍ରଚାରର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଏଠାରେ ଏହି ସଂଗଠନର ପ୍ରାୟ ୩୫୦୦ ସଦସ୍ୟ ଅଛନ୍ତି । ଫ୍ରାନ୍ସରେ ଆଇଏସଆଇଏଲ ଦ୍ବାରା କରାଯାଇଥିବା ୩ ଆକ୍ରମଣ ଏବଂ ବ୍ରିଟେନରେ ଦୁଇ ଆକ୍ରମଣପ ଉଦହରଣ ଦେଇ ସେ କହିଛନ୍ତି ଯେ, ୟୁରୋପରେ ମୁଖ୍ୟ ବିପଦ ଇଣ୍ଟେରନେଟ୍ ଦ୍ବାରା ପଠାଯାଇଥିବା ଘରୋଇ ଆତଙ୍କବାଦୀଙ୍କୁ କଟ୍ଟର କରାଯିବା ଦ୍ବାରା ବଢିଛି ।

ଆଫଗାନିସ୍ତାନ ବିଷୟରେ ବୋରନକୋବ କହିଛନ୍ତି ଯେ, ଆଇଏସଆଇଏର ସହଯୋଗୀ କାବୁଲ ସହ ଦେଶର ବିଭିନ୍ନ ଅଞ୍ଚଳରେ କେତେକ ବଡ ଆକ୍ରମଣ କରିଛନ୍ତି । ସେମାନେ ପୂରା ଅଞ୍ଚଳରେ ପ୍ରଭାବ ବିସ୍ତାର କରିବା ପାଇଁ ଆଫଗାନ ଅଞ୍ଚଳର ଉପଯୋଗ କରିବାକୁ ଚାହୁଁଛନ୍ତି ।

   Related Posts