Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରଣଦୀପ ହୁଡ୍ଡାଙ୍କୁ ଆମ୍ବାସଡର ପଦରୁ ହଟାଇଲା ୟୁଏନ, ମାୟାବତୀଙ୍କ ଉପରେ କରିଥିଲେ ଆପତ୍ତିଜନକ ଟିପ୍ପଣୀ

28/05/2021 at 5:28 PM

ନୂଆଦିଲ୍ଲୀ ୨୮।୦୫: ରଣଦୀପ ହୁଡ୍ଡା ସଂପ୍ରତି ବିବାଦରେ ଅଛନ୍ତି। ସେ ବହୁଜନ ସମାଜ ପାର୍ଟିର ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଉପରେ ଆପତ୍ତିଜନକ ବ୍ୟଙ୍ଗ କରିଥିଲେ। ରଣଦୀପଙ୍କ ଏହି ବ୍ୟଙ୍ଗକୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ନାପସନ୍ଦ କରିବା ସହ ସମାଲୋଚନା କରିଥିଲେ। ଏପରିକି ରଣଦୀପଙ୍କ ଗିରଫଦାରୀ ଦାବି କରାଯାଇଥିଲା। ଲୋକେ ତାଙ୍କ ବ୍ୟଙ୍ଗଖୁ ସେକ୍ସିଷ୍ଟ ଓ ଜାତିବାଦୀ ଦର୍ଶାଇଥିଲେ।

ଏବେ ଅଭିନେତାଙ୍କୁ ମିଳିତ ଜାତିସଂଘ ଜଙ୍ଗଲ ଜୀବଜନ୍ତୁଙ୍କ ପ୍ରବାସୀ ପ୍ରଜାତିଙ୍କ ସଂରକ୍ଷଣ  ସମ୍ମିଳନୀ(ସିଏମଏସ)ର ଆମ୍ବାସଡର ପଦରୁ ହଟାଇଛି। ଏକ ପୁରୁଣା ଭିଡିଓ ଭାଇରାଲ ହେବା ପରେ ମିଳିତ  ଜାତିସଂଘ ଅଭିନେତାଙ୍କ ବିରୋଧରେ ଏହି ପଦକ୍ଷେପ ଉଠାଇଛି। ମିଳିତ ଜାତିସଂଘର ସଚିବାଳୟ ପ୍ରେସ ବିବୃତରେ କୁହାଯାଇଛି ଯେ, ଅଭିନେତା ରଣଦୀପ ହୁଡ୍ଡାଙ୍କୁ ସିଏମଏସର ଆମ୍ବାସଡର ପଦରୁ ହଟାଇ ଦିଆଯାଇଛି।

ସିଏମଏସ ସଚିବାଳୟ ପକ୍ଷରୁ କୁହାଯାଇଛି ଯେ, ନିକଟରେ ଭାଇରାଲ ଏକ ଭିଡିଓ କ୍ଲିପ ବିଷୟରେ ଆମକୁ ଜାଣିବାକୁ ମିଳିଛି। ଭିଡିଓରେ କରାଯାଇଥିବା ଟିପ୍ପଣୀ ଆପତ୍ତିଜନକ ରହିଛି। ହୁଡ୍ଡାଙ୍କୁ ୨୦୨୦ ଫେବୃଆରୀରେ ସିଏମଏସର ଆମ୍ବାସଡର ଭାବେ ନିଯୁକ୍ତ କରିବା ବେଳେ ସଚିବାଳୟ ଏହି ବିଷୟରେ ଅନଭିଜ୍ଞ ଥିଲା। ସୂଚନା ମିଳିବା ପରେ ହୁଡ୍ଡାଙ୍କୁ ତତ୍କାଳ ପ୍ରଭାବରୁ ପଦରୁ ହଟାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଭିଡିଓ ୨୦୧୨ର।

ସଂପ୍ରତି ରଣଦୀପ ହୁଡ୍ଡାଙ୍କ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଏକ କାର୍ଯ୍ୟକ୍ରମ ସମୟରେ ରଣଦୀପ ଷ୍ଟେଜରେ ଅଛନ୍ତି ଏବଂ ଦର୍ଶକଙ୍କୁ ସମ୍ବୋଧିତ କରୁଛନ୍ତି। ସେ ଏକ ବ୍ୟଙ୍ଗ ଶୁଣାଇ କହୁଛନ୍ତି ଯେ, ମାୟାବତୀ ଦୁଇ ପିଲାଙ୍କ ସହ ଯାଉଥିଲେ। ଏହି ସମୟରେ ବାଟରେ ଜଣେ ବ୍ୟକ୍ତି ପଚାରିଲେ ଏହି ଦୁଇ ପିଲା କଣ ଯାଆଁଳା ? ମାୟାବତୀ  କହିଲେ ଗୋଟିଏର ବୟସ ଚାରି ବର୍ଷ ଏବଂ ଅନ୍ୟଟିର ଆଠ ବର୍ଷ। ଏହା ପରେ ବ୍ୟକ୍ତି ଜଣକ କହୁଛନ୍ତି, ମୋତେ ବିଶ୍ଵାସ ହେଉନି ଯେ, କୌଣସି ବ୍ୟକ୍ତି ସେଠାକୁ ଦୁଇ ଥର ଯାଇଥିବେ।

ତାଙ୍କର ଏହି ବ୍ୟଙ୍ଗ ଲୋକଙ୍କୁ ପସନ୍ଦ ଆସିନଥିଲା। ରଣଦୀପଙ୍କ ଏହି ଭିଡିଓକୁ ଲୋକେ ବିଶ୍ଵାସ କରି ପାରୁ ନାହାନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବହାରୀ ଅଭିନେତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି। ଅଭିନେତା କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

   Related Posts