କାଶ୍ମୀର ପ୍ରସଙ୍ଗରେ ପାକ୍ କୁ ବଡ ଝଟକା, ଖୋଲା ଆଲୋଚନା ପ୍ରସ୍ତାବକୁ ମନା କଲେ ଜାତିସଂଘ

Published By : Prameya-News7 Bureau | August 16, 2019 IST

କାଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଉପସ୍ଥାପନ ଲାଗି ପାକର ଉଦ୍ୟମକୁ ଜୋରଦାର ଝଟକା ଲାଗିଛି। ପ୍ରସଙ୍ଗରେ ଖୋଲା ଆଲୋଚନା ନିମନ୍ତେ ମିଳିତ ଜାତି ସଂଘରେ ପାକ୍ ଦାବିକୁ ଜାତି ସଂଘ ପ୍ରତ୍ୟାଖାନ କରିଦେଇଛନ୍ତି। ତେବେ ଏ ନେଇ ଚୀନର ଆଗ୍ରହ ଯୋଗୁ ଶୁକ୍ରବାର ସନ୍ଧ୍ୟା ସାଢେ ୭ଟା ବେଳେ ଜାତି ସଂଘ ସୁରକ୍ଷା ପରିଷଦରେ ଏକ ଅନୌପଚାରିକ ବୈଠକ ନିମନ୍ତେ ଜାତି ସଂଘ ରାଜି ହୋଇଛନ୍ତି। ହେଲେ ଏହା ରୁଦ୍ଧଦ୍ୱାର ବୈଠକ ହେବା ସହ ଏଥିରେ ଗୁପ୍ତ ମନ୍ତ୍ରଣା କରାଯିବ ବୋଲି ଜଣାପଡିଛି।

{"id":144914,"width":578,"height":342}

ସୁରକ୍ଷା ପରିଷଦର ଏହି ବୈଠକରେ ସ୍ଥାୟୀ ୧୫ ଜଣ ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହାରିକୁ ସାମିଲ କରାଯିବ ନାହିଁ। ସେହିପରି ବୈଠକ ୟୁଏନଏସି ଚାମ୍ବରରେ ବି ହେବନି। ସମସ୍ତଙ୍କ ନଜର ଆଢୁଆଳରେ ଅନ୍ୟ ଏକ କୋଠରୀରରେ ହେବ। ଯାହାର ଶିର୍ଷକ ରହିଛି ‘ଇଣ୍ଡିଆ ପାକିସ୍ତାନ କ୍ୱେଶ୍ଚିନ’ । ଚୀନ ପ୍ରସ୍ତାବ କରିଥିବା ଏହି ବୈଠକରେ ‘କାଶ୍ମୀର’ ନାଁ ବି ଉଠିବନି। ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟଙ୍କ ସହ ବିଚାର ବିମର୍ଷ ନିମନ୍ତେ ଏହି ପ୍ରକାରର ବୈଠକ ଅନୁଷ୍ଠିତ ହୋଇଥାଏ। ଏଭଳିବୈଠକର କୌଣସି ପ୍ରସାରଣ ହୋଇନଥାଏ କି ଏହାର ମିଡିଆ କଭରେଜ ମଧ୍ୟ ହୁଏନି।

{"id":144915}

ସୂଚନା ଯୋଗ୍ୟଯେ କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଭାରତ ହଟାଇଦେବା ପରେ ପ୍ରସଙ୍ଗକୁ ନେଇ ପାକିସ୍ତାନ ଜାତିସଂଘଙ୍କୁ ପତ୍ର ଲେଖିଥିଲା। ସେହି ଅନୁସାରେ ପାକିସ୍ତାନର ମିତ୍ର ରାଷ୍ଟ୍ର ଚୀନର ଆଗ୍ରହକ୍ରମେ ଜାତି ସଂଘ ଏକ ଅନୌପଚାରିକ ବୈଠକ ଆହ୍ୱାନ କରିଛନ୍ତି। ସୁରକ୍ଷା ପରିଷଦର କେବଳ ଚୀନକୁ ବାଦ ଦେଲେ ବାକି ୪ ସ୍ଥାୟୀ ସଦସ୍ୟ ଭାରତର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଆମେରିକା ଏହା ଭାରତର ଅନ୍ତିରଣ ମାମଲା କହି ନିକଟରେ ପ୍ରସଙ୍ଗକୁ ଟାଳିଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.