ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତିସଂଘର ପ୍ରଶଂସା
25/02/2019 at 9:36 AM

ଭୁବନେଶ୍ବର ୨୫|୨: ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ଜାତିସଂଘର ପ୍ରଶଂସା । ମହିଳା ସଂରକ୍ଷଣ ନେଇ ପ୍ରସ୍ତାବ ରଖିଥିବା କାରଣରୁ ରାଜ୍ୟ ସରକାରକୁ ଚିଠି ଲେଖି ୟୁଏନ୍-ଓମେନ୍ ଧନ୍ୟବାଦ ଦେଇଛି । ୟୁଏନ୍-ଓମେନ୍ ଏବଂ ପଞ୍ଚାୟତିରାଜ ବିଭାଗ ମିଳିତ ଭାବରେ ମହିଳ ସଂରକ୍ଷଣ ପ୍ରସ୍ତାବକୁ ଲାଗୁ କରିଛନ୍ତି। ଉଭୟ ରାଜ୍ୟ ବିଧାନସଭା ଏବଂ ସଂସଦରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏନେଇ ଓଡିଶା ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟସଭାରେ ୨୦୧୦ରୁ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇ ସାରିଛି । ତେବେ ଆବଶ୍ୟକ ସମର୍ଥନ ଅଭାବରୁ ଏହା ଲୋକସଭାରେ ୨୦୧୪ରୁ ପାସ୍ ହୋଇ ପାରିନି । ତେବେ ଶୀଘ୍ର ମହିଳା ମହିଳା ସଂରକ୍ଷଣ ବିଲ୍ ପାସ୍ କରିବା ଲାଗି ନିଜ ସମର୍ଥନ ସହ କେନ୍ଦ୍ର ସରକାରଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି ଓଡିଶା ସରକାର ।