Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ମିଶନଶକ୍ତି’ର ଭୂମିକା ଗୁରୁତ୍ଵପୂର୍ଣ୍ଣ, ପ୍ରଶଂସା କଲେ ଜାତିସଂଘ ଅଧିକାରୀ

21/09/2021 at 9:56 PM

ଭୁବନେଶ୍ୱର ୨୧।୦୯: ‘ମିଳିତ ଜାତିସଂଘ ମହିଳା’ର ଭାରତ ପ୍ରତିନିଧିଙ୍କ ଓଡିଶା ସରକାରଙ୍କୁ ପ୍ରଶଂସା। ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କଲେ ୟୁଏନ ଓମ୍ୟାନର ଭାରତ ପ୍ରତିନିଧି ସୁସାନ ଜେନ୍ ଫର୍ଗୁସନ। ବିଶେଷ କରି ନବୀନ ସରକାରଙ୍କ ମିଶନଶକ୍ତିକୁ ଭୂୟଂଶୀ ପ୍ରଶଂସା କଲେ ଫର୍ଗୁସନ। ଭାରତ ପ୍ରତିନିଧି ସୁସାନ ଜେନ୍ ଫର୍ଗୁସନ ମଙ୍ଗଳବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟରେ ମହିଳା ସଶକ୍ତିକରଣ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଜେନ୍ ଫର୍ଗୁସନ ଆଲୋଚନା କରିଛନ୍ତି ।

ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଫର୍ଗୁସନଙ୍କୁ ଅବଗତ କରାଇଛନ୍ତି ଯେ, ବୈଷୟିକ ଶିକ୍ଷା କ୍ଷେତ୍ରରେ ରାଜ୍ୟର ଅନ୍ତତଃ ଏକ ତୃତୀୟାଂଶ ଝିଅ ଗ୍ରାଜୁଏଟ ହେବା ତାଙ୍କ ସରକାରଙ୍କ ଲକ୍ଷ୍ୟ । ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଓ ନିଯୁକ୍ତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ଫର୍ଗୁସନଙ୍କୁ କହିଛନ୍ତି।

ଫର୍ଗୁସନ ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏଥିସହ ଏ ଦିଗରେ ମିଶନ ଶକ୍ତିର ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ ଜେନ୍ ଫର୍ଗୁସନ । ରାଜ୍ୟରେ ଦାରିଦ୍ର‌୍ୟ ଦୂରୀକରଣ ଅଭିଯାନର ଗତିକୁ ମଧ୍ୟ ଜାତିସଂଘ ଅଧିକାରୀ ପ୍ରଶଂସା କରିଛନ୍ତି ।

   Related Posts